Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଆର୍‌ଡି ସେବା ସଂସ୍ଥା ଉଦ୍‌ଘାଟିତ, ନିସ୍ୱାର୍ଥପର ଆୟୁର୍ବେଦ ଚିକିତ୍ସା ଓ ଜନସେବା ଉପରେ...

ଭଦ୍ରକ ଜିଲାରେ ଆର୍‌ଡି ସେବା ସଂସ୍ଥା ଉଦ୍‌ଘାଟିତ, ନିସ୍ୱାର୍ଥପର ଆୟୁର୍ବେଦ ଚିକିତ୍ସା ଓ ଜନସେବା ଉପରେ ଗୁରୁତ୍ୱାରୋପ

47

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସଂସ୍କୃତି ତଥା ଆଧ୍ୟାତ୍ମିକ ଚେତନାର ମୂଳଭିତ୍ତି ଅଥର୍ବବେଦର ତାତ୍ତ୍ୱିକ ଜ୍ଞାନ ଆୟୁର୍ବେଦ ଚିକିତ୍ସା ସମଗ୍ର ବିଶ୍ୱକୁ ଭାରତର ଅମୂଲ୍ୟ ଅବଦାନ । ଏହାକୁ ଭିତ୍ତିକରି ଆୟୁର୍ବେଦ ସମ୍ବନ୍ଧୀୟ ନିସ୍ୱାର୍ଥପର ସେବା ଜଗତର ନାଥ ଶ୍ରୀଜଗନ୍ନାଥ ସଂସ୍କୃତିରେ ଚିର ଜାଜ୍ଜୁଲ୍ୟମାନ । ଯାହା ଆମେ ମାଦଳା ପାଞ୍ଜିରେ ଥିବା ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ସେବା ପୂଜା ଜନିତ ଚିକିତ୍ସା ଉପଚାରରେ ଦେଖିବାକୁ ପାଉ । ମାନବବାଦର ଦେବତା ଶ୍ରୀଜଗନ୍ନାଥ ବିଶ୍ୱର ଇଷ୍ଟଦେବତା ହୋଇଥିବାରୁ ଆୟୁର୍ବେଦ ସମ୍ବନ୍ଧୀୟ ଚିକିତ୍ସା ଦ୍ୱାରା ଜନସାଧାରଣଙ୍କୁ ନିରୋଗ ଓ ଦୀର୍ଘଜୀବୀ ରଖିବା ନିମନ୍ତେ ଏକ ସମାଜକଲ୍ୟାଣ ମୂଳକ ସେବା ସଂସ୍ଥା ‘ଦି ରାଇଟ୍ ଟୁ ଡେଷ୍ଟିନେସନ’ (ଲକ୍ଷ୍ୟସ୍ଥଳରେ ପହଞ୍ôଚବାର ଅଧିକାର) ନାମକ ସେବା ସଂଗଠନକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ ଅବସରରେ ପୁରୀ ଶ୍ରୀଜଗନ୍ନାଥଙ୍କ ବଡପଣ୍ଡାଙ୍କ ସୁପୁତ୍ର ତଥା ଏସ୍‌ବି ମେଡିକାଲ କଲେଜ, କଟକର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ରଶ୍ମିରଂଜନ ଦାଶ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗଦେଇ ଆର୍‌ଡି ସେବା ସଂସ୍ଥାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଭିତ୍ତିଭୂମି ସଂପର୍କରେ ସୂଚନା ଦେଇ ସେବା ସଂଗଠନର ବ୍ରୋଚରକୁ ଉନ୍ମୋଚନ କରିଥିଲେ ।

ଏବଂ ଆୟୁର୍ବେଦ ଚିକିତ୍ସା ସହିତ ଏହି ଜିଲାର ୬ ରୁ ୬୦ ବର୍ଷ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଏହି ସଂସ୍ଥାର ଆଜୀବନ ସଦସ୍ୟତା ଗ୍ରହଣ କଲେ ବିନା ଅର୍ଥରେ ସ୍ୱାସ୍ଥ୍ୟ ପରୀକ୍ଷା, ଦୁର୍ଘଟଣା ଜନିତ ବୀମା, ଋଣ, ଜିରୋ ବାଲାନ୍ସ ଆକାଉଣ୍ଟ ଓ ସ୍ୱତନ୍ତ୍ର ଉପହାର ସହିତ ବିଭିନ୍ନ ସମସ୍ୟା ପାଇଁ ମାଗଣା ଆଇନ୍ ସହାୟତା ଯୋଗାଇ ବିନା ମୂଲ୍ୟରେ ଆୟୁର୍ବେଦ ଔଷଧ ବିତରଣ କରାଯିବାର ମହାନ୍ ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି । ରାଜ୍ୟର ବିଶିଷ୍ଟ ସାରସ୍ୱତ ସାଧକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନ ସମାରୋହରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ପ୍ରଫେସର ଡ. ହରିହର କାନୁନ୍‌ଗୋ ମୁଖ୍ୟବକ୍ତା, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପ୍ରାକ୍ତନ ସହାୟକ ମହାପ୍ରବନ୍ଧକ ଅନ୍ତର୍ଯ୍ୟାମୀ ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଆର୍‌ଡି ସେବା ସଂସ୍ଥାର ଅତୀତ ଓ ଭବିଷ୍ୟତ ସଂପର୍କରେ କହିଥିଲେ ।

ଶିଳ୍ପପତି ଇଂ ଅଭୟ ସୂତାର, ପଣ୍ଡିତ ଦୟାନିଧି ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜକୁ ଆୟୁର୍ବେଦ ଚିକିତ୍ସାର ଅବଦାନ ସଂପର୍କରେ ନିଜ ନିଜର ମତ ରଖିଥିଲେ । ଏହି ସମାରୋହରେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ସନାତନ ସାହୁ, ସାମ୍ବାଦିକ ଦୁର୍ଗାଚରଣ ବିଶ୍ୱାଳ, ସତ୍ୟ ଭୂଷଣ ସ୍ୱାମୀ ଓ ଅପୂର୍ବ ରଂଜନ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିବାବେଳେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସର୍ବୋପରି ଭଦ୍ରକ ମହିଳା ମଣ୍ଡଳ ସଭାନେତ୍ରୀ ତପସ୍ୱିନୀ ଦାସ, ଉତ୍ସର୍ଗ ସେବା ସଂଗଠନର କର୍ମକର୍ତ୍ତା, ସମାଜସେବୀ ଦିଲ୍ଲୀପ କୁମାର ସେଠୀ, ଗୋକୁଳାନନ୍ଦ ବିଜୟ କୁମାର ରାଉତ, ଗୀତାରାଣୀ ଜେନା, ଶର୍ମିଷ୍ଠା ନାୟକ, ସୁମିତ୍ରା ପାଣି, ଶ୍ରଦ୍ଧାଞ୍ଜଳି ମିଶ୍ର, ମେଘମାଳା ପଣ୍ଡା, ସ୍ମୃତିରଂଜନ ମହାନ୍ତି, ସଂଜୀବ କୁମାର ବେହେରା, କୈଳାସ ଚନ୍ଦ୍ର ସାହୁ, ସୁଶୀଲ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.