Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲ ସଂଘ ନିର୍ବାଚନ, ବସନ୍ତ ଦାସ ସଭାପତି ଓ ସୂର୍ଯ୍ୟକାନ୍ତ କୁଅଁର ସଂପାଦକ

ଭଦ୍ରକ ଓକିଲ ସଂଘ ନିର୍ବାଚନ, ବସନ୍ତ ଦାସ ସଭାପତି ଓ ସୂର୍ଯ୍ୟକାନ୍ତ କୁଅଁର ସଂପାଦକ

11

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନରେ ସଭାପତି ଭାବେ ବସନ୍ତ ଦାସ ଓ ସଂପାଦକ ଭାବେ ସୂର୍ଯ୍ୟକାନ୍ତ କୁଅଁର ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ଦୀପକ କୁମାର ସାହୁ, ସହ ସଂପାଦକ ଭାବେ ଗିରିଜା ଶଙ୍କର ଦାସ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲଙ୍କ ନିର୍ଦ୍ଦେଶ ମତେ ରାଜ୍ୟର ସବୁ ଓକିଲ ସଂଘର ନିର୍ବାଚନ ଗୋଟିଏ ଦିନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦବୀ ପାଇଁ ବରିଷ୍ଠ ଆଇନ୍‌ଜୀବୀ ବସନ୍ତ ଦାସ ୫୭୧, ଦେବେନ୍ଦ୍ର ପଣ୍ଡା ୧୫୩ ଓ ଧନେଶ୍ୱର ମଲ୍ଲିକ ୫୫ ଖଣ୍ଡ ଭୋଟ୍ ପାଇଛନ୍ତି । ସଂପାଦକ ପଦବୀରେ କଲ୍ୟାଣ ଦାସ ୩୦୫, ସୂର୍ଯ୍ୟକାନ୍ତ କୁଅଁର ୪୭୧, ଉପସଭାପତି ପଦବୀ ପାଇ ଦୀପକ କୁମାର ସାହୁ ୩୨୮, ମନୋରଂଜନ ଦାସ ୨୪୦, କମଳିନୀ ନାୟକ ୧୬୫, ସହ ସଂପାଦକ ପାଇଁ ରତ୍ନାକର ବାରିକ ୩୧୮, ଗିରିଜା ଶଙ୍କର ଦାସ ୪୦୭, କୋଷାଧ୍ୟକ୍ଷ ପାଇଁ କିଶୋର ବଳ ଓ ଉମାକାନ୍ତ ସେଠୀଙ୍କ ମଧ୍ୟରୁ କିଶୋର ବଳ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରିଣୀ ସଦସ୍ୟତା ପାଇଁ ଶିଳାଦିତ୍ୟ ନାୟକ, କୌଶିକ କୁମାର ଦାସ, ସଂଜୟ ନାୟକ, ବିଶ୍ୱପ୍ରକାଶ ଦାସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ତେବେ ସଂଜୟ ନାୟକ ପରାଜିତ ହୋଇଥିବାରୁ ଅନ୍ୟ ୩ ଜଣ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନୀ ଅଧିକାରୀ ଅଧିବକ୍ତାର ସନ୍ତୋଷ ନାୟକ ଗଣମାଧ୍ୟମକୁ କହିଛନ୍ତି । ତାଙ୍କୁ ଆଇନ୍‌ଜୀବୀ ସରୋଜ ତପନ ଦାସ, ଅତିଶ କୁମାର ବେହେରା, ଲଲାଟେନ୍ଦୁ ଦୀକ୍ଷିତ, ନାରାୟଣ ମହାନ୍ତି, ଚିତ୍ତରଂଜନ ନାଥ, ବନିତା ଦତ୍ତ, ଜ୍ୟୋତିରଂଜନ ବେହୁରା ପ୍ରମୁଖ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ସହାୟତା କରୁଥିଲେ । ନିର୍ବାଚିତ କର୍ମକର୍ତ୍ତାଙ୍କୁ ଓକିଲମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.