Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଧାମନଗର ବିଧାୟକ ପ୍ରାର୍ଥୀ ଡା. ସଂଜୟ ଦାସ

ଆଖଣ୍ଡଳମଣିଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଧାମନଗର ବିଧାୟକ ପ୍ରାର୍ଥୀ ଡା. ସଂଜୟ ଦାସ

13

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ନିଜ ଅଂଚଳର ଇଷ୍ଟଦେବଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଲୋକମାନଙ୍କୁ ଭେଟିଛନ୍ତି ପ୍ରାର୍ଥୀମାନେ । ଭଦ୍ରକ ଜିଲାର ବେଶ୍ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ଧାମନଗର ନିର୍ବାଚନ ମଣ୍ଡଳୀରୁ ଚଳିତ ସାଧାରଣ ନିର୍ବାଚନର ବିଧାନସଭା ପ୍ରାର୍ଥୀ ଭାବେ ନୂଆକରି ଡାକ୍ତର ସଂଜୟ ଦାସଙ୍କୁ ବିଜେଡି ଦଳ ପକ୍ଷରୁ ଟିକେଟ ମିଳିବା ପରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହିତ ଦୀପ ଜାଳି ଶୁଭ ମାନସିଛନ୍ତି । ପରେ ଭୋଟରମାନଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଡାକ୍ତର ସଂଜୟ ଦାସ ଦୀର୍ଘମାସ ହେବ ଡାକ୍ତର କାର୍ଯ୍ୟରୁ ଅବ୍ୟାହତ ନେଇ ରାଜନୀତିରେ ପାଦ ଥାପିଥିଲେ ମଧ୍ୟ ସାଧାରଣ ଲୋକଙ୍କ ସେବା କରି ଚାଲିଥିଲେ । ଏପରିକି ଧାମନଗର ସହ ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା କରି ଲୋକଙ୍କ ପାଖରେ ବେଶ୍ ଆଦୃତ ହୋଇପାରିଛନ୍ତି ଡାକ୍ତର ସଂଜୟ ଦାସ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.