Home ଜିଲ୍ଲା ପରିକ୍ରମା ଭଡାଗୃହର ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭଡାଗୃହର ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

25

ଭଦ୍ରକ, ୩୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଅପର୍ତ୍ତିବିନ୍ଧା ନ୍ୟୁକଲୋନୀସ୍ଥିତ ଏକ ଭଡାଗୃହର ବନ୍ଦ କୋଠରୀରୁ ଜଣେ ବିବାହିତା ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ମଧୁମିତା ନାୟକ ନାମକ ମୃତା ମହିଳାଙ୍କ ସ୍ୱାମୀ ମହେଶ୍ୱର ନାୟକଙ୍କ ଘର ତିହିଡିର ଗୋଳାପୋଖରୀ ଗ୍ରାମରେ । ମହେଶ୍ୱର ରାଜ୍ୟ ବାହାରେ ରହି ଚାକିରୀ କରୁଥିବାବେଳେ ପତ୍ନୀ ମଧୁମିତା ଅପର୍ତ୍ତିବିନ୍ଧାସ୍ଥିତ ନ୍ୟୁ କଲୋନୀରେ କିଛିମାସ ହେବ ଭଡାରେ ରହୁଥିଲେ । ତେବେ ଗତ ୧୪ ଦିନ ହେବ ମହେଶ୍ୱର ପତ୍ନୀ ମଧୁମିତାଙ୍କୁ ମୋବାଇଲ୍‌ରେ ଫୋନ୍ କରିବାରୁ ସେ ତାଙ୍କ ଫୋନ୍ ଉଠାଇନଥିଲେ । ଫଳରେ ସନ୍ଦେହ ହେବାରୁ ମହେଶ୍ୱର ଆଜି ଭଦ୍ରକରେ ପହଞ୍ôଚ ସହରାଞ୍ଚଳ ଥାନା ପୁଲିସ୍ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘର ତାଲା ଭାଙ୍ଗିବା ପରେ ଘର ମଧ୍ୟରୁ ମଧୁମିତା ରକ୍ତାକ୍ତ ମୃତଦେହ ଦେଖିବାକୁ ମିଳିଛି । ସହରାଞ୍ଚଳ ଥାନା ପୁଲିସ୍ ଏଭଳି ଏକ ଅଭାବନୀୟ ଘଟଣାରେ ପ୍ରାଥମିକ ତଦନ୍ତ ଆରମ୍ଭ କରି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତେବେ କେଉଁଭଳି ପରିସ୍ଥିତିରେ ମଧୁମିତାଙ୍କ ମୃତ୍ୟୁ ହେଲା, ତାହା ପୁଲିସ୍‌ର ତଦନ୍ତ ପରେ ଜଣାପଡିବ ବୋଲି ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.