Home ଜିଲ୍ଲା ପରିକ୍ରମା ଭଦ୍ରକ ଓକିଲସଂଘ ଓ ଲାୟନ୍ସ କ୍ଲବ ଭଦ୍ରକାଳୀ ମିଳିତ ଆନୁକୁଲ୍ୟରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ

ଭଦ୍ରକ ଓକିଲସଂଘ ଓ ଲାୟନ୍ସ କ୍ଲବ ଭଦ୍ରକାଳୀ ମିଳିତ ଆନୁକୁଲ୍ୟରେ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ

44

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓକିଲସଂଘ ଓ ଲାୟନ୍ସକ୍ଲବ ଭଦ୍ରକାଳୀ ମିଳିତ ଆନୁକୁଲ୍ୟରେ ଆମ୍ରି ହସ୍‌ପିଟାଲ ଭୁବନେଶ୍ୱରର ଡ଼ାକ୍ତରମାନଙ୍କ ଦ୍ୱାରା ଦେୟମୁକ୍ତ ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ଓକିଲସଂଘର କନ୍‌ଫେରେନ୍ସ ହଲ ପରିସରରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଶିବିରକୁ ଭଦ୍ରକର ଜିଲ୍ଲା ଜଜ ଶିଶିର କୁମାର ରଥ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଆମ୍ରୀ ହସପିଟାଲର ଅସ୍ଥିଶଲ୍ୟ ବିଭାଗର ବିଶେଷଜ୍ଞ ଡକ୍ଟର ଆନନ୍ଦ ବେହେରା, ମେଡ଼ିସିନ୍ ବିଶେଷଜ୍ଞ ଡାକ୍ତର ସବିତ୍ କୁମାର ଦାସ, ସ୍ନାୟୁ ବିଭାଗର ବିଶେଷଜ୍ଞ ଡାକ୍ତର ସୁନିଲ୍ କୁମାର ପାତ୍ର, ଲିଭର ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ଡାକ୍ତର ସୌମେନ ରାଓ ପ୍ରମୁଖ ଯୋଗଦେଇ ଶତାଧିକ ରୋଗୀମାନଙ୍କର ବିଭିନ୍ନ ରୋଗ ପରୀକ୍ଷା କରିବା ସହ ଆରୋଗ୍ୟ ପାଇଁ ପରାମର୍ଶ ଦେଇଥିଲେ । ସେହି ପରି ଉକ୍ତ ଶିବିରରେ ୩ ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କର ରକ୍ତପରୀକ୍ଷା ସହ ବ୍ଲଡ଼ପେସର ଏବଂ ଡ଼ାଇବେଟିସ୍ ପରୀକ୍ଷା କରାଯାଇଥିଲା । ଉକ୍ତ ଶିବିରକୁ ଓକିଲ ସଂଘର ସଭାପତି ଦିଲ୍ଲୀପ ମହାପାତ୍ର , ସାଧାରଣ ସଂପାଦକ ଜିତେନ୍ଦ୍ର କୁମାର ପଣ୍ଡା, ଉପସଭାପତି କରୁଣାକର ଦାଶ, କୋଷାଧ୍ୟକ୍ଷ ସୁରେନ୍ଦ୍ର କର, ଯୁଗ୍ମ ସଂପାଦକ ଅଭୟ ସେଠୀ, ନିକୁଞ୍ଜ ପୁହାଣ, ଅଶୋକ ନାୟକ, କାର୍ଯ୍ୟକାରୀ ସଦସ୍ୟ ସଂଗ୍ରାମ ଜେନା, ସେକ୍ ସାହାଜାନ୍‌, ସଞ୍ଜନ ନାୟକଙ୍କ ସମେତ ଅନ୍ୟାନ୍ୟ ଆଇନ୍‌ଜୀବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଲାଏନ୍ସକ୍ଲବ ଭଦ୍ରକାଳୀର ସଭାପତି ବୈଲୋଚନ ବେହୁରିଆ, ଡାକ୍ତର ହରେକୃଷ୍ଣ ନାୟକ, ବରିଷ୍ଠ ଆଇନ୍‌ଜୀବୀ ପର୍ଶୁରାମ ଦ୍ୱିବେଦୀ,ସତ୍ୟେନ୍ଦ୍ରୁ ରାୟ ମହାପାତ୍ର, ପ୍ରତାପଚନ୍ଦ୍ର ନାୟକ ସମେତ ଲାଏନ୍ସ କ୍ଲବର ଅନ୍ୟାନ୍ୟ କର୍ମକତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.