Home ଜିଲ୍ଲା ପରିକ୍ରମା ଜିଲା କଂଗ୍ରେସ କମିଟି ଏସ୍‌ସି ସେଲ୍‌ର ନୂତନ ପଦାଧିକାରୀ ମନୋନୀତ

ଜିଲା କଂଗ୍ରେସ କମିଟି ଏସ୍‌ସି ସେଲ୍‌ର ନୂତନ ପଦାଧିକାରୀ ମନୋନୀତ

17

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସଙ୍କ ସୁପାରିଶ କ୍ରମେ ଓ ରାଜ୍ୟ କଂଗ୍ରେସ କମିଟିର ଏସ୍‌.ସି. ସେଲର ଚେଆରମେନ୍ ବାଙ୍କନିଧି ବେହେରାଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲ୍ଲା କଂଗ୍ରେସ ସେଲ୍‌ର ନୂତନ ପଦାଧିକାରୀଙ୍କ ନାମ ଘୋଷିତ ହୋଇଛି । ଶ୍ରୀ ବେହେରା ନିଜର ପତ୍ର ସଂଖ୍ୟା ଓପିସିସି-ଏସସି-୬୦୭/୨୧ ମୂଳେ ଭଦ୍ରକ ଜିଲ୍ଲା କଂଗ୍ରେସ ଏସ୍‌ସି ସେଲ୍‌ର ଚେଆରମେନ ଭାବେ ସ୍ପନ୍ଦନ ମଲିକ ଓ ଭାଇସ ଚେଆରମେନ ଭାବେ ରଂଜନ କୁମାର ଜେନାଙ୍କ ନାମ ଘୋଷଣା କରିଛନ୍ତି । ଏଥି ସହ ଜିଲ୍ଲା କଂଗ୍ରେସର ଅନୁସୂଚୀତ ଜାତିର ବ୍ୟକ୍ତିବିଶେଷଙ୍କୁ ଏକତ୍ରିତ କରିବା ସହ ସଂଗଠନକୁ ସୁଦୃଢ଼ କରିବା ଦିଗରେ ଏହି ଦୁଇ ଯୁବ ନେତୃତ୍ୱ ସଫଳ ହେବେ ବୋଲି ଆଶାପ୍ରକଟ କରିଛନ୍ତି । ଏହି ଅବସରରେ ଉଭୟ ସ୍ପନ୍ଦନ ଓ ରଂଜନ ଏହି ନୂତନ ଦାୟିତ୍ୱ ପାଇଁ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ, ଯୁବ ମାନସର ପ୍ରତୀକ ତଥା ପ୍ରାକ୍ତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟି ଏସ୍‌ସି ସେଲ୍‌ର ସଭାପତି ଜିତେନ୍ଦ୍ର ପିଠାରିଆ, ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଏସ୍‌ସି ସେଲ୍ ଚେଆରମେନ ବାଙ୍କନିଧି ବେହେରା, ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବାସୁଦେବପୁର ନିର୍ବାଚନମଣ୍ଡଳୀ ନେତା ଅଶୋକ ଦାସ, ଭଦ୍ରକ ବିଧ।।ନସଭାସ୍ତରୀୟ ନେତା ନଳିନୀ ମହାନ୍ତି, ଚାନ୍ଦବାଲି ବିଧାନସଭା ସ୍ତରୀୟ ନେତା ଦିଗମ୍ବର ଦାସ ପ୍ରମୁଖଙ୍କ ନିକଟର କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ଦିଆଯାଇଥିବା ଗୁରୁଦାୟିତ୍ୱ ନିଷ୍ଠାର ସହ ତୁଲାଇବେ ଓ ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.