Home ଜିଲ୍ଲା ପରିକ୍ରମା ଭଦ୍ରକ – ଆଇଏଏସ୍ ପାଇଲେ ସୁଶ୍ରୀ ସୋଭାଙ୍ଗୀ ଖୁଣ୍ଟିଆ

ଭଦ୍ରକ – ଆଇଏଏସ୍ ପାଇଲେ ସୁଶ୍ରୀ ସୋଭାଙ୍ଗୀ ଖୁଣ୍ଟିଆ

116

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବଭାରତୀୟ ସ୍ତରରେ ୨୪୮ ର‌୍ୟାଙ୍କରେ ସ୍ଥାନ ପାଇଛନ୍ତି ଭଦ୍ରକ ବଙ୍କସାହିର ସବିତା ଖୁଣ୍ଟିଆ ଓ ସତ୍ୟନାରାୟଣ ଖୁଣ୍ଟିଆଙ୍କ ଏକମାତ୍ର କନ୍ୟା ସୁଶ୍ରୀ ସୋଭାଙ୍ଗୀ ଖୁଣ୍ଟିଆ । ଖବର ପାଇବା ପରେ ସାରା ପରିବାରରେ ଖୁସିର ମାହୌଲ ଖେଳିଯାଇଛି । ସୋଭାଙ୍ଗୀଙ୍କ ବାପା ଭଦ୍ରକ ସହରରେ ସାଇବର କାଫେ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ପୂର୍ବରୁ ସୋଭାଙ୍ଗୀ ଓଡ଼ିଶା ପ୍ରଶାସନିକ ସେବାରେ ୯୭ ର‌୍ୟାଙ୍କ ରଖି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଟ୍ରେନିଂରେ ଥିବାବେଳେ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତି କରିଥିଲେ । କିଛିଦିନ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା ପାଇଁ ପରୀକ୍ଷା ଦେଇଥିଲେ । ଯାହାର ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି । ଏ ବାବଦରେ ସୋଭାଙ୍ଗୀ କହନ୍ତି ଅପରାହ୍ନରେ ତାଙ୍କ ସାଙ୍ଗ ଠାରୁ ଆଇଏଏସରେ ୨୪୮ ର‌୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଫୋନ୍ କଲ ପାଇଥିଲେ । କିନ୍ତୁ ଶୋଭାଙ୍ଗୀ ଆଉ ଥରେ ପରୀକ୍ଷା ଫଳକୁ ସଠିକ୍ ଭାବେ ଦେଖିବା ପରେ ଜାଣିଥିଲେ ଆଇଏଏସ ପାଇଛନ୍ତି । ପରେ ସଂଗେ ସଂଗେ ପରିବାରକୁ ଜଣାଇଥିଲେ । ସବୁ ଜାଣିବା ପରେ ଖୁସିର ମାହୌଲ ଖେଳିବା ସହ ତାଙ୍କ ବାପାଙ୍କ ଆଖିରୁ ଖୁସିର ଲୁହ ବୋହିଥିଲା । ଶୋଭାଙ୍ଗୀଙ୍କର ପ୍ରତିକ୍ରିୟା ଥିଲା ତାଙ୍କୁ ଯଦି ସୁଯୋଗ ମିଳେ, ତେବେ ସେ ଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏ ସଫଳତାର ଶ୍ରେୟ ପୁରା ପରିବାରକୁ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.