Home ଜିଲ୍ଲା ପରିକ୍ରମା ଭଦ୍ରକ : ଅବକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ୩ ମଦ ମାଫିଆ ଗିରଫ

ଭଦ୍ରକ : ଅବକାରୀ କର୍ମଚାରୀଙ୍କୁ ମାଡ ମାରିଥିବା ୩ ମଦ ମାଫିଆ ଗିରଫ

51

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ କର୍ମଚାରୀମାନଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣାରେ ଭଦ୍ରକ ପୁରୁଣାବଜାର ଥାନା ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି । ଖବର ଅନୁଯାୟୀ ଚଳିତ ମାସ ୭ ତାରିଖ ଦିନ ପୁରୁଣାବଜାର ଥାନା ମିର୍ଜାପୁର ଅଂଚଳରେ, ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉ ସମୟରେ ବିପୁଳ ପରିମାଣର ମଦ ସହ ୨ ଜଣ ଗିରଫ ହୋଇଥିଲେ । ହେଲେ ମଦ ମାଫିଆମାନଙ୍କ ପାଲଟା ଆକ୍ରମଣର ସମ୍ମୁଖୀନ ହୋଇଥିଲେ ଅବକାରୀ କର୍ମଚାରୀ । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ସହ ମଦକୁ ବି ଛଡାଇ ନେଇଥିଲେ ଆକ୍ରମଣକାରୀ । ଏବଂ ଅଭିଯୁକ୍ତମାନେ ସମସ୍ତ ୭ ଜଣ ଅବକାରୀ କର୍ମଚାରୀଙ୍କୁ ମାଡ ମାରି ଆହତ କରିବା ସହ ଗ୍ରାମରେ ଅଟକାଇ ରଖିଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଶେଷରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ଏହି ଅଭିଯୁକ୍ତମାନେ ହେଲେ ତପନ ବେହେରା, ଅମର ବେହେରା ଓ ଦୀପକ ବେହେରା । ସମସ୍ତେ ମିର୍ଜାପୁର ଅଂଚଳର ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.