Home ଜିଲ୍ଲା ପରିକ୍ରମା ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକ ସାଂସଦଙ୍କ ବାସଭବନ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର...

ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ, ଭଦ୍ରକ ସାଂସଦଙ୍କ ବାସଭବନ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର ଧାରଣା

81

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଜି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଭଦ୍ରକ ଜିଲାର ସାଂସଦ ମଂଜୁଲତା ମଣ୍ଡଳଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ । ଏ ସଂପର୍କରେ ତାଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା । ଏହା ପୂର୍ବରୁ କମିଟି ତରଫରୁ ବିରୋଧ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସଭବନ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଧାରଣାରେ ବସିଥିଲେ । ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ଦୃଷ୍ଟିରୁ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ହେବ ଭଦ୍ରକବାସୀ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ କରି ଆସୁଥିଲେ ମଧ୍ୟ, ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ରାଜ୍ୟରେ ମେଡିକାଲ ପ୍ରତିଷ୍ଠା ସଂପର୍କରେ ଘୋଷଣା ହୋଇଥିଲେ ମଧ୍ୟ ଭଦ୍ରକ ସେଥିରୁ ବାଦ ପଡିଛି । ଭଦ୍ରକ ଆଖପାଖ ପଡୋଶୀ ଜିଲାର ବହୁ ଅଧିବାସୀ ସ୍ୱାସ୍ଥ୍ୟ ସେବା ନିମନ୍ତେ ଭଦ୍ରକ ଉପରେ ନିର୍ଭର କରୁଥିଲେ ହେଁ,ଏହା କହିବା ବାହୁଲ୍ୟ, ଭଦ୍ରକରେ ସ୍ୱାସ୍ôଥ୍ର‌୍ୟ ସେବା ବର୍ତ୍ତମାନ ବିପର୍ଯ୍ୟସ୍ତ ସ୍ଥିତିରେ ପହଞ୍ôଚଛି । ଭଦ୍ରକର ରୋଗୀମାନଙ୍କୁ ବାରମ୍ବାର କଟକ ମେଡିକାଲ ପଠାଯାଉଥିବାରୁ , ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଥିବା ଅଧାରୁ ଅଧିକ ଜନସଂଖ୍ୟା ଏଥି ନିମନ୍ତେ ହନ୍ତସନ୍ତ ହେଉଛନ୍ତି । ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭଦ୍ରକରେ ସମସ୍ତ ଭିତ୍ତିଭୂମି ଉପଲବ୍ଧ ରହିଛି । ୨୦୨୦ ମସିହା ଫେବୃୟାରୀ ମାସ ପତ୍ରରେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ସଂପର୍କରେ ଏକ ପତ୍ର ଆସିଥିଲା । ଏହି ପତ୍ରରେ ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସଂଖ୍ୟା ଲଘୁ ମନ୍ତ୍ରାଳୟକୁ ପ୍ରସ୍ତାବ ପଠାନ୍ତୁ ବୋଲି ଅନୁରୋଧ କରାଯାଇଥିଲା ।

ଫଳରେ ‘ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ’ ଆଧାରରେ ଏହା କାର୍ଯ୍ୟକାରୀ ହୋଇପାରିବ । ଏହି ପତ୍ରରେ କେନ୍ଦ୍ର ସରକାରଙ୍କ ତରଫରୁ ସମୁଦାୟ ଅଂଶଧନର ୬୦% ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ରାଜ୍ୟ ସରକାର ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କାହିଁକି ପ୍ରସ୍ତାବ ଦେଉନାହାନ୍ତି, ଏହା ଭଦ୍ରକବାସୀଙ୍କ ପାଇଁ ରହସ୍ୟର କାରଣ ହୋଇ ରହିଛି । କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନରେ ଭଦ୍ରକର ସାଂସଦ ଏବଂ ଚାନ୍ଦବାଲି ବିଧାୟକ ଓ ବାସୁଦେବପୁର ବିଧାୟକଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାର ଯୋଜନା ରହିଛି । ଆବଶ୍ୟକ ହେଲେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିଥିବା ସମୟରେ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ୱରରେ ଧାରଣାରେ ବସିବ । ଏହି ଆନ୍ଦୋଳନ ସହିତ ଭଦ୍ରକବାସୀଙ୍କର ସ୍ୱାଭିମାନ ଓ ଭାବାବେଗ ଜଡିତ ରହିଥିବାରୁ ଦାବୀ ପୂରଣ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ପଷ୍ଟ ଶବ୍ଦରେ ଘୋଷଣା କରାଯାଇଛି । ମାନନୀୟା ସାଂସଦ ଆନ୍ଦୋଳନକାରୀଙ୍କୁ ସାକ୍ଷାତ କରି ଭଦ୍ରକାବାସୀଙ୍କ ଦାବୀ ପ୍ରତି ତାଙ୍କର ସମର୍ଥନ ଜଣାଇଥିଲେ ଏବଂ ଅତୀତରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେବା ସହ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ବୋଲି ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରତୀକ ଧାରଣାରେ ସାମିଲ ହୋଇ ତାଙ୍କର ସହଯୋଗ ପ୍ରତିବେଦନ କରିଥିଲେ । କ୍ରିୟାନୁଷ୍ଠାନ କମିଟି ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଅଭୟ ଦ୍ୱବେଦୀ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଡାକ୍ତର ହରେକୃଷ୍ଣ ନାୟକ,ସୁଧାକର ରାଉତ, ବଳରାମ ମିଶ୍ର, ପ୍ରମୋଦ ରାୟ, ରାଧାରାଣୀ ମହାପାତ୍ର, ଗୀତାରାଣୀ ଆଇଚ, ବିପ୍ଳବ ହୋତା, ମହେଶ ଦାସ,ସେକ୍ ନୁରୁ,କୟୁମ ଅଲି ସାହା,ମହମ୍ମଦ, ଅଲି ଅକତର, ବାବୁଲାଲ ଦାସ, ଅବନୀ ପ୍ରଧାନ,ଦୟାନିଧି ରାଉଳ,ଧୀରେନ୍ଦ୍ର ସାହୁ,ବୈଲୋଚନ ବେହୁରିଆ,ସୀତାକାନ୍ତ ଦାସ, ପ୍ରମୁଖ ଧାରଣାରେ ବସିଥିଲେ । ଏହି ଅବସରରେ ଡାକ୍ତର ଅନୀଲ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.