Home ଜିଲ୍ଲା ପରିକ୍ରମା ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରଥମ ବର୍ଷ ସଫଳ କାର୍ଯ୍ୟକଳାପର କାହାଣୀ ପୁସ୍ତିକା...

ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରଥମ ବର୍ଷ ସଫଳ କାର୍ଯ୍ୟକଳାପର କାହାଣୀ ପୁସ୍ତିକା ଲୋକାର୍ପିତ

106

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ବିଜୟା ଦଶମୀରେ ଭଦ୍ରକର ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରୟାସ ଓ ସଫଳତାର ପ୍ରଥମ ବର୍ଷ ପୁସ୍ତିକା ‘ଶକ୍ତି’ର ଲୋକାର୍ପଣ ହୋଇ ଯାଇଛି । ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଦୟାନିଧି ମିଶ୍ର, ପଣ୍ଡିତ ଦୟାନିଧି ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସାଂସଦ ଶ୍ରୀମତୀ ମଣ୍ଡଳ, ଧାମନଗରର ପୂର୍ବତ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ବିଜୟ ନାୟକ, ତିହିଡି ବ୍ଳକ ଅଧ୍ୟକ୍ଷା ବିଦ୍ୟୁତ୍ ଲତା ନାୟକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ରୋଟାରିଆନ ଅତିଶ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହାର ଲୋକାର୍ପଣ କରିଥିଲେ । ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ଉତ୍ସବରେ କୋବିଡ଼ ନିୟମ ମଧ୍ୟରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଭଦ୍ରକର ପ୍ରଥମ ମହିଳା ସାଂସଦଙ୍କ ପ୍ରଥମ ବର୍ଷର ସଫଳତା ଏବଂ ତାଙ୍କ ଲୋକସଭା କ୍ଷେତ୍ରର ଉନ୍ନତି ନିମନ୍ତେ ସେ ନେଇଥିବା ବିଭିନ୍ନ ପଦକ୍ଷେପ ସବୁ ଉକ୍ତ ପୁସ୍ତିକାରେ ସ୍ଥାନିତ ହୋଇଛି । ଦେବଦର୍ଶନ ଦାଶଙ୍କ ସଂକଳନ ଏବଂ ପ୍ରଦୀପ ପଣ୍ଡା ଓ ମାନସ ପାଠୀଙ୍କ ପ୍ରକାଶନରେ ପ୍ରସ୍ତୁତ ଉକ୍ତ ପୁସ୍ତିକାକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଶ୍ରୀମତୀ ମଣ୍ଡଳ ତାଙ୍କ ବକ୍ତବ୍ୟରେ ନବୀନ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ, ଯୋଜନାର ସଫଳ କାର୍ଯ୍ୟକାରୀ କରି ପାରିଥିବାରୁ ସେ ନିଜକୁ ବହୁ ଆନନ୍ଦିତ ଅନୁଭବ କରୁଥିବା ପ୍ରକାଶ କରିଥିଲେ । ଆଗାମୀ ଦିନରେ ତାଙ୍କ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାରର ସହଯୋଗ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶୃତି ଦେଇଥିବା ପ୍ରକାଶ କରିଥିଲେ । ଜନସାଧାରଣଙ୍କ ସହଯୋଗ ରହିଲେ ସେ ତାଙ୍କ କାର୍ଯ୍ୟକୁ ଆହୁରି ସୁରୁଖୁରୁରେ କରି ପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବହୁ ବୁଦ୍ଧିଜୀବୀ, ଦଳୀୟ ନେତୃମଣ୍ଡଳୀ, ଶୁଭେଚ୍ଛୁ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.