Home ଜିଲ୍ଲା ପରିକ୍ରମା ପରସିଙ୍ଗା ପଞ୍ଚାୟତରେ ଗ୍ରାମାଞ୍ଚଳ କ୍ରିକେଟ୍ : ଏରେଇଁ ଚମ୍ପିଆନ, ତେନ୍ତୁଳିଗଡିଆ ରନର୍ସଅପ୍

ପରସିଙ୍ଗା ପଞ୍ଚାୟତରେ ଗ୍ରାମାଞ୍ଚଳ କ୍ରିକେଟ୍ : ଏରେଇଁ ଚମ୍ପିଆନ, ତେନ୍ତୁଳିଗଡିଆ ରନର୍ସଅପ୍

102

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମହାମାରୀ କରୋନାହ ପ୍ରକୋପରେ ସମସ୍ତଙ୍କର ଜୀବନ-ଜୀବିକା ବିପନ୍ନ । ଏଥିରେ ଯୁବ ମାନସ କେତେକାଂଶରେ ଭିତତ୍ରସ୍ତ ଓ ଅସ୍ଥିର । ଏହାକୁ ଆଖି ଆଗରେ ରଖି ତଥା କୋଭିଡ-୧୯ କୁ ମାନ୍ୟତା ଦେଇ ଆଜି ଦିବସବ୍ୟାପୀ ଏକ କ୍ରିକେଟ୍ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଥିଲେ ‘ସମାଧାନ ସୋସାଇଟି’ । ତାର ଘେରା ଆବଦ୍ଧ ପଡିଆରେ ଏହି କ୍ରିକେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଆଠଗୋଟି ଦଳ । ଚରମ୍ପା, ଏରେଇଁ, ବଣିଆ, ଆଟୋ, କୁନ୍ତଳା, ପଲ୍ଲୀ, କ୍ଷୀରସାହି ଓ ତେନ୍ତୁଳିଗଡିଆ । ଖେଳାଳି ସଂଖ୍ୟା ୭ ଜଣ ଓ ୬ ଓଭରରେ ଖେଳ ଅବଧିକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ଭଦ୍ରକ ସଦର ପ୍ରାକ୍ତନ ବିଧାୟକ ନରେନ ପଲେଇ ଏବଂ ଉଦ୍‌ଘାଟନରେ ଏକ ଓଭରରେ ଖେଳ ମଧ୍ୟ ପ୍ରଦର୍ଶନ କରିଥିଲେ । ଏହି ସଙ୍ଗରୋଧ ସମସ୍ତ ଜୀବନକୁ ଏକ ଭାତୃଭାବର ଶ୍ରଦ୍ଧା, ସମ୍ମାନର ମାନ୍ୟତା ଦେବା ପାଇଁ ଦୁଇ ଯୁବ ଇଂଜିନିୟର କିଶୋର ଲେଙ୍କା ଓ ମାଲ୍ୟବନ୍ତ ନାୟକଙ୍କ ପ୍ରୋତ୍ସାହନରେ ଇଂଜିନିୟର ଅକ୍ଷାଂଶ ଲେଙ୍କା, ସୁବାସ ଘଡାଇ, ପ୍ରମୋଦ ସାମଲ, ସୌରଭ ପଲାଇ, ଆରବ ଲେଙ୍କା, ଦିଲ୍ଲୀପ ଧଳ, ପ୍ରଦୀପ ଓଝା ପ୍ରମୁଖ ସହଯୋଗର ହାତ ବଢାଇଥିଲେ । ଖେଳ ଦିବା ୧୦ ଘଟିକାରେ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ସମୟରେ ସମାପ୍ତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ମା’ ଥାନପତି, ଏରେଇଁ ଦଳ ଚମ୍ପିଆନ ହୋଇଥିଲାବେଳେ କ୍ରିକେଟ୍ ଲଭର୍ସ, ତେନ୍ତୁଳିଗଡିଆ ଦଳ ରନର୍ସଅପ୍ ହୋଇଥିଲେ । ପ୍ରାକ୍ତନ ବିଧାୟକ ନରେନ ପଲେଇ ଓ କିଶୋର ଲେଙ୍କାଙ୍କ କରକମଳରେ ବିଜୟୀ ଦଳକୁ ୧୦୦୦ ଟଙ୍କା ଓ ରନର୍ସ ଦଳକୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିବାବେଳେ ସମାଧାନ ସୋସାଇଟି ପକ୍ଷରୁ ଉଭୟ ଦଳର ୧୪ ଜଣ ଖେଳାଳିଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ବଣିଆ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୁରୁଗୋବିନ୍ଦ ଘଡାି ଏବଂ ଲୋକନାଥ ପୋଲାର ଆମ୍ପାୟାର ରୂପେ ଆଜିର ଖେଳକୁ ସୂଚାରୁ ରୂପେ ସଂପାଦନ କରିଥିବାବେଳେ ସ୍କୋରର ଭାବେ କିଶୋର ଲେଙ୍କା ଓ ସୁବାଷ ଘଡାଇ ନିଜର ଦାୟିତ୍ୱ ତୁଲାଇଥିଲେ । ଉକ୍ତ ପ୍ରତିଯୋଗିତାକୁ ସମାପନ କରିବାରେ ‘ସମାଧାନ’ ଜନଜାଗୃତି ସମିତିର ସଂପାଦକ କଲ୍ଲୋଳ ଲେଙ୍କା ଓ ସମିତିର ସଦସ୍ୟମାନେ ପରିଚାଳନା କରିଥିଲେ । ଖେଳ ଶେଷରେ ଅତିଥି ଅଂଶଗ୍ରହଣ କରିଥିବା ଦଳ ଓ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ‘ସମାଧାନ’ ଜନଜାଗୃତି ସମିତିର ସଂପାଦକ କଲ୍ଲୋଲ ଲେଙ୍କା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.