Home ଜିଲ୍ଲା ପରିକ୍ରମା ଝିମିଟି ଖେଳରୁ ମହାଭାରତ : ଭାଇ ନେଲା ଭାଇର ଜୀବନ

ଝିମିଟି ଖେଳରୁ ମହାଭାରତ : ଭାଇ ନେଲା ଭାଇର ଜୀବନ

108

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଝିମିଟି ଖେଳରୁ ମହାଭାରତ । ଛୋଟିଆ ଘଟଣାକୁ ନେଇ ତୁମୁଳ ସଂଘର୍ଷ । ଆଉ ଶେଷରେ ଅକାଳରେ ଝରିପଡିଲା ଗୋଟିଏ ଜୀବନ । ଦୁର୍ଗାପୂଜା ଅବସରରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଇରମ ପଂଚାୟତରେ । ପାରିବାରିକ କଳହକୁ ନେଇ ପଂଚାୟତର ସଦେଇପଡା ଗ୍ରାମର ଦୟାନିଧି ତ୍ରିପାଠୀଙ୍କ ସାନପୁଅ ଅମରେନ୍ଦ୍ରର ମୃତ୍ୟୁ । ଇରମ ସଦେଇପଡା ଗ୍ରାମର ଦୟାନିଧି ତ୍ରିପାଠୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇପୁଅ ସତ୍ୟବ୍ରତ ଓ ଅମରେନ୍ଦ୍ର ଏକତ୍ର ରହି ଆସୁଥିଲେ । ଦୁଇ ଭାଇଙ୍କ ମଧ୍ୟରେ ଝଗଡା ଲାଗି ମଝିରେ ମଝିରେ ହାତାହାତି ହୁଅନ୍ତି । ଆଜି ମଧ୍ୟାହ୍ନରେ ପାଟିତୁଣ୍ଡ ଲାଗି ଦୁଇ ଭାଇ ଘରୁ ଦାଣ୍ଡକୁ ଚାଲି ଆସିଥିଲା । ପାଟିତୁଣ୍ଡ ଶୁଣି ପାଖ ପଡୋଶୀ ମଧ୍ୟ ରୁଣ୍ଡ ହୋଇଯାଇଥିଲେ । ପାଟିତୁଣ୍ଡ ବଢି ମାରପିଟରେ ପରିଣତ ହୋଇଥିଲା । ଏବଂ ଶେଷରେ ଟଳି ପଡିଥିଲା ସାନଭାଇ ଅମରେନ୍ଦ୍ର । ପରେ ପାଖ ପଡିଶାଙ୍କ ସହାୟତାରେ ବଡଭାଇ ସତ୍ୟବ୍ରତ ରକ୍ତାକ୍ତ ଅବସ୍ଥାରେ ସାନଭାଇ ଅମରେନ୍ଦ୍ରକୁ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ପରୀକ୍ଷା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ବାସୁଦେବପୁର ଥାନାରେ ୩୦୨ ଦଫାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି । ମୃତକଙ୍କ କକା ମନୋଜ ତିପ୍ରାଠୀଙ୍କ ଅଭିଯୋଗ ମୂଳେ ଥାନାରେ ୨୮୦/୨୦ ନଂ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.