Home ଜିଲ୍ଲା ପରିକ୍ରମା ଭଦ୍ରକର ଗୋପାଳ ଜୀଉ ଗୋଶାଳାରେ ପବିତ୍ର ଗୋଷ୍ଠାଷ୍ଟମୀ ପାଳିତ

ଭଦ୍ରକର ଗୋପାଳ ଜୀଉ ଗୋଶାଳାରେ ପବିତ୍ର ଗୋଷ୍ଠାଷ୍ଟମୀ ପାଳିତ

53

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ହିନ୍ଦୁ ସମାଜରେ ଗୋ ମାତାଙ୍କୁ ଅନ୍ୟତମ ମାତାର ଭୂମିକା ଦିଆଯାଇଛି। ଜନ୍ମିତ ଶିଶୁଟିର ମୁହଁରେ କ୍ଷୀରଦାନ ଠାରୁ ଆରମ୍ଭ କରି ଯାହାର ମଳକୁ ଗୋବର ରୂପେ ପୂଜା କରାଯାଇଥାଏ। ସେହି ଗୋ ମାତାକୁ ଆଜି ହିଂସ୍ର ମାନବ ନାଶ କରିବାରେ ଲାଗିଛି। ଯାହାକି ଅତ୍ୟନ୍ତ ପରିତାପର ବିଷୟ। ତେବେ ଗୋମାତା ସମଗ୍ର ବିଶ୍ୱର ପଶୁଙ୍କ ମଧ୍ୟରେ ଏଭଳି ଏକ ପୂଜନୀୟ ଯେ ଯାହାର କ୍ଷୀର ଠାରୁ ମଳ ପର୍ଯ୍ୟନ୍ତ ଓ ସମଗ୍ର ଶରୀର ମଣିଷର ସେବାରେ ହିଁ ଲାଗିଥାଏ। ଏଣୁ ପ୍ରତ୍ୟେକ ମାନବ ସେମାନଙ୍କର ପରିବାରର କୌଣସି ବ୍ୟକ୍ତିର ଶ୍ରାଦ୍ଧ ବାର୍ଷିକୀ କିମ୍ବା ଜନ୍ମଦିନରେ କୌଣସି ଗୋଶାଳାକୁ ଯାଇ ଗୋମାତାଙ୍କ ସେବା କରିପାରିଲେ ତାହା ହିଁ ଶ୍ରେଷ୍ଠ ପୂଣ୍ୟ କାର୍ଯ୍ୟ ହେବ ବୋଲି ପବିତ୍ର ଗୋଷ୍ଟାଷ୍ଟମୀ ଦିବସରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଭଦ୍ରକର ବହୁ ପୁରାତନ ଶ୍ରୀ ଶ୍ରୀ ଗୋପାଳ ଜୀଉ ଗୋଶାଳା ପକ୍ଷରୁ ଆୟୋଜିତ ଏହି ଉତ୍ସବ ପ୍ରାରମ୍ଭରେ ଗୋମାତାଙ୍କୁ ପୂଜନ କରାଯାଇ ସେମାନଙ୍କୁ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଖାଦ୍ୟ ପଦାର୍ଥ ଭୋଜନ କରାଇଥିଲେ। ଏହାପରେ ଗୋଶାଳାର ସମ୍ମିଳନୀ କକ୍ଷରେ ଆୟୋଜିତ ସଭା ଆବାହକ ତଥା ପୂର୍ବତନ ସଂପାଦକ ଅଧିବକ୍ତା ପବନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋଶାଳାର ସଭାପତି ବିଶିଷ୍ଟ ସମାଜସେବୀ କାଶୀନାଥ ସାହୁ, ଉପସଭାପତି ତଥା ବିଶିଷ୍ଟ ସମାଜସେବୀ କିଶୋର ମହାପାତ୍ର, ସଂପାଦକ ଶ୍ୟାମସୁନ୍ଦର ଗୁପ୍ତା ପ୍ରମୁଖ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ ପୌର ଉପାଧ୍ୟକ୍ଷା ଅଂଜୁବାଳା ଜେନା, ପୂର୍ବତନ କାଉନ୍‌ସିଲର ପ୍ରବୀର ଜେନା ଓ ଅଧିବକ୍ତା ତଥା ଆଜୀବନ ସଦସ୍ୟ ଅତିଶ ବେହେରା ପ୍ରମୁଖ ଯୋଗଦେଇ ଏହି ପୁରାତନ ଗୋଶାଳାର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ସରକାରଙ୍କ ସମେତ ସ୍ଥାନୀୟ ଜନନେତା ଓ ଭଦ୍ରକର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଆଗେଇ ଆସିବାକୁ ଅନୁରୋଧ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଶାଲ ଲାଖାନୀ, ନିରଞ୍ଜନଲାଲ ଗୁପ୍ତା, ସୁରେଶ ଗୁପ୍ତା ଓ ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.