Home ଜିଲ୍ଲା ପରିକ୍ରମା ଭଦ୍ରକର ଅମ୍ଳାନ ପ୍ରତିଭା ଥିଲେ ପ୍ରାଣକୃଷ୍ଣ ବିଶ୍ୱାଳ

ଭଦ୍ରକର ଅମ୍ଳାନ ପ୍ରତିଭା ଥିଲେ ପ୍ରାଣକୃଷ୍ଣ ବିଶ୍ୱାଳ

26

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ତୃତୀୟ ପୌରପାଳକ ସ୍ୱର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳ ଥିଲେ ଏକାଧାରରେ ଜଣେ କର୍ମଯୋଗୀ, ନିରଳସ ସମାଜସେବୀ, ସ୍ୱାଭିମାନୀ ବିପ୍ଳବୀ, ଦୀନ ଦରିଦ୍ରର ଦରଦୀ ବନ୍ଧୁ,ଆକୁଳ ପ୍ରାଣର ବିକଳ ସାଥୀ,ବୁଭୁକ୍ଷୁର ପରମ ଶୁଭେଚ୍ଛୁ,ଭଦ୍ରକର ପ୍ରାଣ, ସଫଳ ପୌରପାଳ ତଥା ଦରଦୀ ମଣିଷ । ସେ ପ୍ରଥମେ ଶିକ୍ଷକତାରୁ ଜୀବନ ଆରମ୍ଭ କରି ରାଜନେତା ଭାବେ ଜୀବନ ବିତାଇ ନେତାଜୀ ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନୀଳମଣି ରାଉତରାୟଙ୍କ ନିକଟବର୍ତ୍ତୀ ହୋଇ ପୌରପାଳକ ଆସନ ଅଳଙ୍କୃତ କରି ଯେଉଁ ଅମ୍ଳାନ ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ସେଥିପାଇଁ ସେ ଭଦ୍ରକ ଇତିହାସରେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ଆଜିର ୩୮ ତମ ଶ୍ରାଦ୍ଧ ଦିବସରେ ଉପସ୍ଥିତ ବକ୍ତାମାନେ ନିଜ ନିଜର ମତ ରଖିଥିଲେ । ସ୍ୱର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳ ଙ୍କ ୩୮ ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ପ୍ରାଣକୃଷ୍ଣ ବିଶ୍ୱାଳ ସ୍ମୃତି କମିଟି ପକ୍ଷରୁ ଏକ ବୈଠକ ଆୟୋଜନ କରାଯାଇଥିଲା । କଳିଙ୍ଗ ରତ୍ନ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୃତ୍ୟୁଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି, ଅଧ୍ୟାପକ ଅମରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ଅଭୟ କୁମାର ଷେଣ୍ଢ, ବରିଷ୍ଠ ସାମ୍ବାଦିକ ଆମର କୁମାର ନାୟକ, ଡମ୍ବରୁଧର ନାୟକ, ବରିଷ୍ଠ ସାମ୍ବାଦିକ ଶଶି ଭୂଷଣ ସ୍ୱାମୀ, ରଶ୍ମିତା ଦାଶ,ଦିବାକର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଜିର ବୈଠକର ଆଭିମୁଖ୍ୟ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ଦୂର୍ଗା ଶଙ୍କର ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । ଶ୍ରୀମତୀ ପ୍ରମିଳା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଉକ୍ତ ସଭାରେ ଭଦ୍ରକର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.