Home ଜିଲ୍ଲା ପରିକ୍ରମା ପ୍ରଥମ ଥର ପାଇଁ ହରିବୋଲ କ୍ଷେତ୍ରର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଜନ ଭିଡ଼ିଓ ଲୋକାର୍ପିତ

ପ୍ରଥମ ଥର ପାଇଁ ହରିବୋଲ କ୍ଷେତ୍ରର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଜନ ଭିଡ଼ିଓ ଲୋକାର୍ପିତ

32

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋପାଳବିନ୍ଧା ଗ୍ରାମରେ ଅନୁଷ୍ଠିତ ତ୍ରିଦିବସୀୟ ଆଞ୍ଚଳିକ ବିଶ୍ୱଶାନ୍ତି ମହାଯଜ୍ଞର ଦ୍ୱିତୀୟ ଦିନରେ କେଶପୁର ହରିବୋଲ କ୍ଷେତ୍ରରେ ବିଜେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଲୀଳା, ମହିମା ଉପରେ ଆଧାରିତ ଓ ମାଆ ଭଦ୍ରକାଳୀଙ୍କ ୧୦ଟି ଭାବପୂର୍ଣ୍ଣ ଭଜନର ଭିଡ଼ିଓ ଲୋକାର୍ପିତ ହୋଇ ଯାଇଛି । ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିଶ୍ୱଶାନ୍ତି ମହାଯଜ୍ଞ କମିଟିର ମୁଖ୍ୟ କର୍ମକର୍ତ୍ତା ସୁରେନ୍ଦ୍ର ପ୍ରସାଦ ଦାସ, ରାମଚନ୍ଦ୍ର ପଣ୍ଡା, ଦୁର୍ଗାଶଙ୍କର ଚକ୍ରବର୍ତ୍ତୀ, ପୂଜକ ଜନ୍ମେଜୟ ଉଦ୍‌ଗାତାଙ୍କ ସମେତ ପ୍ରଯୋଜକ ନଗେନ୍ଦ୍ର ପ୍ରସାଦ ଦାସ, ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ, ଗୀତିକାର ଭୀମ ଚରଣ ପରିଡ଼ା, ଚିତ୍ରଶିଳ୍ପୀ ପ୍ରେମଶ୍ରୀ ରାଉତ, କଣ୍ଡଶିଳ୍ପୀ ଦେବେନ୍ଦ୍ର ପ୍ରସାଦ ପଣ୍ଡା, କନକଲତା ପଣ୍ଡାଙ୍କ ଦ୍ୱାରା ଭଜନ ସିଡ଼ି ଟି ଲୋକାର୍ପିତ ହୋଇଥିଲା । ଏଲଇଡ଼ି ମାଧ୍ୟମରେ ଏହାକୁ ପ୍ରଦର୍ଶନ କରାଯାଇଥିଲା । ଭଜନ ଗୁଡ଼ିକର ସଂଗୀତ ନିର୍ଦ୍ଦେଶନା ରୁଦ୍ରମାଧବ ଦେଇଥିବା ବେଳେ ଏଥିରେ ରୁଦ୍ରମାଧବ, ନଗେନ ଭାଇ, ମିନତୀ ମହାନ୍ତି, କୃଷ୍ଣା କାବେରୀ, ଲୋପାମୁଦ୍ରା ପଣ୍ଡା, ଦେବେନ୍ଦ୍ର ପଣ୍ଡା, ଟିକିଲତା ବେହେରା, ସୁବାସ ଦାସ ଓ ଶ୍ରୀଚରଣ ମହାନ୍ତି କଣ୍ଠଦାନ କରିଛନ୍ତି । ଗୀତିକାର ମାନେ ହେଲେ ରୁଦ୍ରମାଧବ, ଭୀମଚରଣ ପରିଡ଼ା, ମିନତୀ ମହାନ୍ତି, ପଣ୍ଡିତ ରବିନ୍ଦ୍ର କୁମାର ଦାଶ ଓ ଉମେଶ କୁମାର । ହରିବୋଲ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ଭଜନ ଭିଡ଼ିଓ ମାଧ୍ୟମରେ ଏହି ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ମହାଯଜ୍ଞ କମିଟିର ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.