Home ଜିଲ୍ଲା ପରିକ୍ରମା ଡ. ସଦାନନ୍ଦ ଦୀକ୍ଷିତଃ ହେଲେ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ

ଡ. ସଦାନନ୍ଦ ଦୀକ୍ଷିତଃ ହେଲେ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ

119

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱରେ ସଂସ୍କୃତ ଭାଷାକୁ ଲୋକପ୍ରିୟ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ୧୯୮୩ ମସିହାରେ ପ୍ରତିଷ୍ଠିତ ଲୋକଭାଷା ପ୍ରଚାର ସମିତି ଦେଶର ୨୫ଟି ରାଜ୍ୟରେ ଶାଖା ମାଧ୍ୟମରେ ପ୍ରଚାର ପ୍ରସାର କରୁଛି । ଏହି ସର୍ବ ବୃହତ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ସମିତିର ପ୍ରତିଷ୍ଠାତା ଡକ୍ଟର ସଦାନନ୍ଦ ଦୀକ୍ଷିତଙ୍କୁ ମନୋନୀତ କରାଯାଇଛି । ପୁରୀଠାରେ ଅନୁଷ୍ଠିତ ଏହାର ୩୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଘୋଷିତ କର୍ମକର୍ତ୍ତା ଅବସରରେ ଏହି ମନୋନୟନ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ପୁରୀରୁ ଡ. ମନୋରମା ଦାଶ, ଚେନ୍ନାଇରୁ ଡ. ମମତା ମିଶ୍ର, ଗୁଆହାଟିରୁ ଡ. ଗୋକୁଳେନ୍ଦ୍ର ନାରାୟଣ ଦେବଗୋସ୍ୱାମୀ, ଦିଲ୍ଲୀରୁ ଡ. ରାଧେଶ୍ୟାମ ଶୁକ୍ଳ, ବରୋଦାରୁ ଡ. ହରି ପ୍ରସାଦ ପାଣ୍ଡେୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି । ସେହିପରି ମହାସଚିବ ଭାବେ ପୁରୀରୁ ଡ. ବସନ୍ତ କୁମାର ମିଶ୍ର, କଟକରୁ ବିଭୂତି ନାରାୟଣ କର, ଦିଲ୍ଲୀରୁ ଡ. ଶ୍ରୀଧର ବାରିକ ଏବଂ ଆସାମରୁ ଡ. କୁଶଳ କଲିତା ରହିଥିବା ବେଳେ ସଚିବ ଭାବେ ପୁରୀରୁ ଡ. ହରପ୍ରିୟା ଦାଶ, ସୁରତରୁ ଡ. ଧନଞ୍ଜୟ ଭଂଜ, ସିକିିମ୍‌ରୁ ଡ. ହେମପ୍ରସାଦ ଢକ୍କାଲ ଓ ନାଗପୁରରୁ ଡ. ପ୍ରଗତି ଦୀକ୍ଷିତ ମନୋନୀତ ହୋଇଛନ୍ତି । ସଂସ୍କୃତ ନିହିତ ଭାଷା, ସାହିତ୍ୟ, ଦର୍ଶନ ଓ ବିଜ୍ଞାନର ମହତ୍ତ୍ୱକୁ ଉପଲବ୍‌ଧି କରି ଶିକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣା କାର୍ଯ୍ୟ ସମଗ୍ର ବିଶ୍ୱରେ ଅତ୍ୟନ୍ତ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ବେଳେ ଭାରତରେ ଏହାକୁ ଅବହେଳା କରାଯାଉଥିବା କ୍ଷୋଭର ବିଷୟ ବୋଲି ଡ. ଦୀକ୍ଷିତଃ ଦାୟିତ୍ୱ ଗ୍ରହଣ କଲାପରେ ପ୍ରକାଶ କରିଛନ୍ତି । ଆଗାମୀ ବର୍ଷ ବର୍ଷ ସମଗ୍ର ବିଶ୍ୱରେ ସଂସ୍କୃତର ପ୍ରଚାର ପରିସର ବଢାଇବା ସଂଗେ ସଂଗେ ଆମ ଦେଶରେ ସଂସ୍କୃତ ଶିକ୍ଷାକୁ ବଳବତ୍ତର କରିବା ପାଇଁ ଉଦ୍ୟମ କରାଯିବ ବୋଲି ଡ. ଦୀକ୍ଷିତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.