Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିବା ଦୁଇ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଘଣ୍ଟ ଘୋଡାଉଥିବାର ଅଭିଯୋଗ,...

ଭଦ୍ରକ କଲେଜ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିବା ଦୁଇ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଘଣ୍ଟ ଘୋଡାଉଥିବାର ଅଭିଯୋଗ, ସେକ୍‌ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ପହଞ୍ôଚବାକୁ ପୁଲିସ୍‌ର ସହାୟତା ଦେବାକୁ ଅଧ୍ୟକ୍ଷଙ୍କୁ ଛାତ୍ରୀଙ୍କ ପତ୍ର, ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ଅବଗତ କଲେ ସଂପର୍କୀୟ

146

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଡୁଆରେ ପଡିଥିବା ଦୁଇ ଅଧ୍ୟାପକଙ୍କୁ ଏକ ପ୍ରକାର ସୁରକ୍ଷା ଦେବାକୁ ଯାଇ ଖୋଦ୍ ଅଧ୍ୟକ୍ଷ ଏବେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଏମ୍‌ଏଜେଏମ୍‌ସି ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିବା ଜନୈକା ଛାତ୍ରୀଙ୍କୁ ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗର ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ କରିବା ଭଳି ଗୁରୁତର ଅଭିଯୋଗ ଅଧ୍ୟକ୍ଷଙ୍କ ନିକଟରେ ଛାତ୍ରୀଙ୍କ ପକ୍ଷରୁ ପହଞ୍ôଚଥିଲା । ଏବଂ ଅଭିଯୋଗ ପାଇବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଉମାକାନ୍ତ ସାମଲ ତାଙ୍କର ପତ୍ର ନଂ ୫୦୯, ତା ୧୨.୦୨.୨୧ ରିଖ ମୂଳେ ମହାବିଦ୍ୟାଳୟର ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ର ସଦସ୍ୟା ଗୃହ ବିଜ୍ଞାନ ବିଭାଗର ଡ. ସ୍ମିତା ସାହୁ, ସମାଜବିଜ୍ଞାନର ଡ. ଅରୁନ୍ଧତି ମହାନ୍ତି, ଓଡ଼ିଆ ବିଭାଗର ଡ. ଲିପିକା ନାୟକ ଓ ଗୃହ ବିଜ୍ଞାନର ଡ. ସ୍ମରଣିକା ପରିଡାଙ୍କୁ ଆସନ୍ତା ୧୮ ତାରିଖ ସୁଦ୍ଧା ଏହି ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ପରବର୍ତ୍ତୀ ସମୟରେ ଅଧ୍ୟକ୍ଷଙ୍କ ପକ୍ଷରୁ କଲେଜର ଦୁଇଜଣ ପୁରୁଷ କର୍ମଚାରୀ ଗତକାଲି ଦିନ ୧ଟାରେ ଚିଠି ନଂ ୫୫୧, ତା ୧୮.୦୨.୨୧ ରିଖ ମୂଳେ ସଂପୃକ୍ତ ଛାତ୍ରୀଙ୍କ ଗ୍ରାମକୁ ଯାଇଥିଲେ । ଯେଉଁଥିରେ ସେ କଲେଜର ଲାଙ୍ଗୁଏଜ୍ ଲ୍ୟାବ୍‌ରେ ସେକ୍‌ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ଆଜି ଅପରାହ୍ନ ୨.୩୦ ରେ କାଗଜପତ୍ର ଓ ଆବଶ୍ୟକ ତଥ୍ୟ ସହ ପହଞ୍ôଚବାର ବିଷୟ ଲେଖାଥିଲା । ଏବଂ ସେଥିରେ ସେ କୌଣସି ରେକର୍ଡିଂ ଡିଭାଇସ୍ କିମ୍ବା ମୋବାଇଲ୍ ଫୋନ୍‌ର ରେକର୍ଡ ନଆଣିବାକୁ କୁହାଯାଇଥିଲା । ତେବେ ସଂପୃକ୍ତ ଦୁଇଜଣ କର୍ମଚାରୀ ଛାତ୍ରୀଙ୍କୁ ଉକ୍ତ ପତ୍ର ଦେବା କାଳରେ ତାଙ୍କୁ ଉପରୋକ୍ତ ଘଟଣାର ସମାଧାନ କରିବା ପାଇଁ ବାଧ୍ୟ କରିଥିଲେ । ଯାହା ଏହି ଘଟଣାରେ ସଂପୃକ୍ତ ଛାତ୍ରୀଙ୍କ ପ୍ରତି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଖୋଦ୍ ଅଧ୍ୟକ୍ଷ ଦୁଇ ଅଭିଯୁକ୍ତ ଅଧ୍ୟାପକଙ୍କୁ ଘଣ୍ଟ ଘୋଡାଉଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏବଂ ଏଥିନେଇ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ନିକଟକୁ ଏକ ସ୍ୱତନ୍ତ୍ର ପତ୍ରଭାଗ ଦ୍ୱାରା ଆଜି ଏକ ଚିଠି ପଠାଇଥିବାର ଜଣାପଡିଛି । ଯେଉଁଥିରେ ଛାତ୍ରୀ ଜଣକ ଆଜି ଅର୍ଥାତ୍ ୨୦ ତାରିଖରେ ସେକ୍‌ସୁଆଲ ସେଲ୍ ନିକଟରେ ପହଞ୍ôଚବା ନେଇ ନିଜକୁ ଅସୁରକ୍ଷିତ ମଣିଛନ୍ତି ।

ଏବଂ ସେ ଏହି ଘଟଣାରେ ନିଜର ସୁରକ୍ଷା ନେଇ ସ୍ଥାନୀୟ ପୁଲିସ୍ ଷ୍ଟେସନରେ ମାମଲା ରୁଜୁ କରି ତାଙ୍କୁ ୨୦ ତାରିଖ ଅର୍ଥାତ୍ ଆଜି ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ରେ ପକ୍ଷ ରଖିବାକୁ ଅନୁରୋଧ କରିଥିଲେ । ଏଥିସହ ଈଶ୍ୱରଙ୍କ ନାମରେ ଆଜି ମଧ୍ୟ ସେ ପୂର୍ବରୁ ଦୁଇ ଅଧ୍ୟାପକଙ୍କ ନାମରେ କରିଥିବା ଅଭିଯୋଗର ସତ୍ୟତା ଉପରେ କାଏମ ରହିଥିବାବେଳେ ତାଙ୍କ ନିକଟରେ ଦାଖଲ କରିଥିବା ସମସ୍ତ ପ୍ରମାଣ ସତ୍ୟ ବୋଲି ସ୍ୱୀକାର କରିଛନ୍ତି । ଏଥିସହ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଅଧ୍ୟକ୍ଷ କାହିଁକି ଯେ ପୁଲିସ୍ ଷ୍ଟେସନକୁ ଏହି ଘଟଣା ନପଠାଇ ସେମାନଙ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି, ସେଥିନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏବଂ ତାଙ୍କୁ ଦେଇଥିବା ଅଭିଯୋଗ ପତ୍ରକୁ ହାରାସମେଣ୍ଟ ସେଲ୍‌ରେ ପହଞ୍ôଚବା ପୂର୍ବରୁ ପୁଲିସ୍ ଷ୍ଟେସନରେ ଦେବାକୁ ସୂଚାଇଛନ୍ତି । ଏବଂ ଅଧ୍ୟକ୍ଷ ଏହି ଘଟଣାରେ ଦୁଇଜଣ ପୁରୁଷ କର୍ମଚାରୀଙ୍କୁ ନପଠାଇ ଜଣେ ମହିଳାଙ୍କ ଦ୍ୱାରା ତାଙ୍କୁ ପତ୍ର ଦେବାର ଉଚିତ୍ ଥିଲା ବୋଲି ଦର୍ଶାଇଛନ୍ତି । ସର୍ବଶେଷ ସମ୍ବାଦରୁ ଯାହା ଜଣାଯାଏ ଏହି ଘଟଣା ସଂପର୍କରେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ରଙ୍କ ନିକଟକୁ ସମସ୍ତ ତଥ୍ୟ ଓ ପ୍ରମାଣ ପଠାଯିବା ସହ ସେ ନିଜେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଛାତ୍ରୀର ନିକଟତମ ସଂପର୍କୀୟଙ୍କ ପକ୍ଷରୁ ନିବେଦନ କରାଯିବା ସହ ଏହି ଘଟଣାରେ ଯଦି ଛାତ୍ରୀ ଜଣକ କୌଣସି ଅଘଟଣ କରିବସେ, ତେବେ ସେଥିପାଇଁ ଅଧ୍ୟକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ଏ ସଂପର୍କରେ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାରେ ସେ ଆବଶ୍ୟକ ପଡିଲେ ସେକ୍‌ସୁଆଲ ହାରାସ୍‌ମେଣ୍ଟ ସେଲ୍‌ର ପ୍ରସ୍ତାବ କ୍ରମେ ପୁଲିସ୍‌ର ସହାୟତା ଯୋଗାଇଦିଆଯିବାର ବିଷୟ ଏ ପ୍ରତିନିଧିଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.