Home ଜିଲ୍ଲା ପରିକ୍ରମା ଭଦ୍ରକରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ମହାସମାରୋହରେ ସଂପନ୍ନ

ଭଦ୍ରକରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ମହାସମାରୋହରେ ସଂପନ୍ନ

9

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହର ସମେତ ବିଭିନ୍ନ ପୁରପଲ୍ଲୀରେ ଅନୁଷ୍ଠିତ ହୋଇଥିବା ମା’ ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବ ଶାନ୍ତି-ଶୃଙ୍ଖଳାର ସହ ମହାସମାରୋହରେ ସଂପନ୍ନ ହୋଇଛି । କଚେରୀ ବଜାର ଫଳ ମାର୍କେଟ ସ୍ଥିତ ବଣିକ ସଂଘ, ବଙ୍କସାହିର ଚିନ୍ତାମଣୀ ମାର୍ଗ ସ୍ଥିତ ଲକ୍ଷ୍ମୀନାରାୟଣ, କୁଆଁସ, ବନ୍ତଛକ ବଣିକ ସଂଘ, ବାଇପାସ୍ ବଣିକ ସଂଘ, ପ୍ରାଚୀନଗର, ଆରଡିଛକ, ସାମରାଇପୁର, ଜଗନ୍ନାଥପୁର, ଗବସାହି, ଗାନ୍ଧୀପଡିଆ ସମେତ ବହୁ ପୁରପଲ୍ଲୀର ମେଢ ଆଜି ବାଣରୋଷଣି ମଧ୍ୟରେ ସାଳନ୍ଦୀ ନଦୀ ଓ କେନାଲ ମାନଙ୍କରେ ବିସର୍ଜିତ ହୋଇଛନ୍ତି । କଚେରୀ ବଜାର ଫଳ ମାର୍କେଟ ବଣିକ ସଂଘର ଭସାଣି ଉତ୍ସବକୁ ମହେଶ୍ୱର ଦାସ, ସେକ୍ ଜଇରୁଦ୍ଦିନ୍‌, ଝାଡେଶ୍ୱର ମଣ୍ଡଳ, ମନୋରଂଜନ ପଣ୍ଡା, ସେକ୍ ଫରିଦ୍‌, ବନ୍ତଛକ ମେଢର ଭସାଣିକୁ ରାଜେନ୍ଦ୍ର ସାହୁ, ଦୀଲ୍ଲିପ୍ ନାୟକ, ଜଗବନ୍ଧୁ ବେହେରା, ସରୋଜ ଲାହା, ତାପସ ରାଉତ, ଜିତେନ୍ଦ୍ର ସାହୁ ଓ ସୁବାସ ମିଶ୍ର, କୁଆଁସ ସ୍ଥିତ ମା’ ଲକ୍ଷ୍ମୀଙ୍କ ଭସାଣି ଉତ୍ସବକୁ ଆଶିଷ କୁମାର ରାଉତ, ସମ୍ବିତ ନାୟକ, ମହାଦେବ ନାୟକ, ପ୍ରଭାତ ମହାନ୍ତି, ମାନସ ରଂଜନ ମହାପାତ୍ର, ବେଣୁଧର ସେଠ୍ ଓ ସମର ମହାପାତ୍ର ଏବଂ ଜଗନ୍ନାଥପୁର ସାର୍ବଜନୀନ ଲକ୍ଷ୍ମୀପୂଜାର ଭସାଣି ଉତ୍ସବକୁ ମୁଖ୍ୟ ପରାମର୍ଶ ଦାତା ଡାକ୍ତର ଦୁର୍ଯ୍ୟୋଧନ ଦାସ, ସନ୍ତୋଷ ନାୟକ, ସଭାପତି ଧୀରେନ୍ଦ୍ର କୁମାର ସାମନ୍ତ, ସଂପାଦକ ନିରଂଜନ ମିଶ୍ର, କୋଷାଧ୍ୟକ୍ଷ କ୍ଷୀତିଶ ନାୟକ, ପରିଚାଳନା ସଂପାଦକ ନିରଞ୍ଜନ ସାହୁ, ସଂଗଠନ ସଂପାଦକ ରସାନନ୍ଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ଏଠାରେ ଦୁଇରାତି ପାଲା ହୋଇଥିବାବେଳେ ବିଧାୟକ ସଂଜୀବ ମଲ୍ଲିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.