Home ଜିଲ୍ଲା ପରିକ୍ରମା ଚାଷଜମିରେ ସାର ଓ ବିଷ ସିଞ୍ଚନ କରିବ ଡ୍ରୋନ୍‌, ଅସୁରାଳି ଠାରେ ଡେମୋ ଶୋ ଦେଖାଇଛନ୍ତି...

ଚାଷଜମିରେ ସାର ଓ ବିଷ ସିଞ୍ଚନ କରିବ ଡ୍ରୋନ୍‌, ଅସୁରାଳି ଠାରେ ଡେମୋ ଶୋ ଦେଖାଇଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ

10

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷ ପାଇଁ ବହୁ କଷ୍ଟ ସହୁଛନ୍ତି ଚାଷୀ । ଦିନରାତି ଅକ୍ଲାନ୍ତ ଓ ହାଡଭଙ୍ଗା ପରିଶ୍ରମ ମଧ୍ୟ କରୁଛନ୍ତି । ଅନେକ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି ଓ ବହୁ କଷ୍ଟ ସହୁଛନ୍ତି । ସାର ଓ ବିଷ ପକାଇବାବେଳେ ତାହା ସଂସ୍ପର୍ଶରେ ଆସୁଛନ୍ତି ତ କେତେବେଳେ ସର୍ପାଘାତ ସହୁଛନ୍ତି । ଏମିତି ସମୟରେ ଆସିଛି ଡ୍ରୋନ୍ । ଯାହାକି ବିଲରେ ବିନା ପରିଶ୍ରମରେ ବିଷ ଓ ସାର ପକାଇବ । ଏବେ ବିଲରେ ସାର ଓ ବିଷ ପକାଇବା ପାଇଁ ଆଉ ଚାଷୀକୁ ବିଲ ଭିତରକୁ ଯିବା ପାଇଁ ପଡିବ ନାହିଁ । ଏହି କାମ କରିବ ଡ୍ରୋନ୍ । ଯେଉଁ ଡ୍ରୋନ୍ ବିଭିନ୍ନ ସମୟରେ ଖେଳଣା ଭାବେ ବ୍ୟବହାର ହୁଏତ କେଉଁଠି ବାହାଘର ଓ ଅନ୍ୟ କାର୍ଯ୍ୟକ୍ରମରେ ଫଟୋ ଓ ଭିଡିଓ ପାଇଁ ବ୍ୟବହାର ହୁଏ । କିନ୍ତୁ ଏବେ ଏହି ଡ୍ରୋନ୍ ଚାଷ କାମରେ ଲାଗିବ । ଭଦ୍ରକ ଜିଲାର କେତେକ ଛାତ୍ର ତାଙ୍କ ସହଯୋଗୀଙ୍କ ସହ ମିଶି ଏହି ଡ୍ରୋନ୍ ତିଆରି କରିଛନ୍ତି । ବୁର୍ଲାସ୍ଥିତ ଭିସୁଟ କଲେଜର ଛାତ୍ରଙକ୍ ସହଭାଗିତାରେ ଏରୋ ରୋବଟିକ୍ସ ବିଭାଗ ତରଫରୁ ତିଆରି ହୋଇଛି ଏହି ଡ୍ରୋନ୍ । ଏକ ଷ୍ଟାର୍ଟପ୍ ସହ ମିଳିତ ଭାବେ ତିଆରି ଏହି ଡ୍ରୋନ୍‌ର ନାମ କିଷାନ ରୋଭର ରହିଥିବାବେଳେ ୧୭.୮ ମିନିଟ୍ ସମୟରେ ଏକ ଏକର ଜମିରେ ସାର ଓ ବିଷୟ ସିଂଚନ କରିବ । ଏହି ଡ୍ରୋନ୍ ଏକକାଳୀନ ୩୦ ମିନିଟ୍ ଧରି ଉଡିବ । ଦୁଇଟି ଡ୍ରୋନ୍ ମଧ୍ୟରୁ ପ୍ରଥମ ଡ୍ରୋନ୍‌ଟି ବିଲ ଭିତରେ ପୋକକୁ ଚିହ୍ନଟ କରିବ । ପରେ ଅନ୍ୟ ଡ୍ରୋନ୍ ନିର୍ଦ୍ଧାରିତ ସ୍ଥାନରେ ବିଷ ସିଞ୍ଚନ କରିବ । ଏହାର ଭିଡିଓ ଓ ଡାଟା କମ୍ୟୁନିକେଶନ ରେଞ୍ଜ ୫ କିଲୋମିଟର ହୋଇଥିବାବେଳେ ୫୦ କିଲୋମିଟର ରେଡିୟସ୍‌ରେ କାର୍ଯ୍ୟକ୍ଷମ ହେବ । ମାଟି ଉପରୁ ୧୨୦ ମିଟର ଉପରେ ଉଡିପାରିବ । ଏହି ଡ୍ରୋନ୍‌ର ନିର୍ମାଣ କରିଥିବା ଛାତ୍ରଛାତ୍ରୀମାନଙକ୍‌ୁ ନେଇ ଧାମନଗର ବ୍ଲକ୍ ଅସୁରାଳି ଠାରେ ଏକ ଡେମୋ ଶୋ ଦେଖାଇଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ । ଆଗାମୀ ଦିନରେ ଏହି ଟେକ୍ନୋଲୋଜି ମାଧ୍ୟମରେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି । ତେବେ ମାତ୍ର ସାର, ବିଷ ସହ ଏକ ଏକର ଜମିକୁ ମାତ୍ର ୭ ଶହ ଟଙ୍କା ବ୍ୟୟରେ ୮ ମିନିଟ୍‌ରେ ସିଞ୍ଚନ କରାଯାଇଛି । ଚାଷୀଙ୍କ ପାଇଁ ବହୁ ଉପଯୋଗୀ ଏହି ଡ୍ରୋନ୍ । କମ୍ ଖର୍ଚ୍ଚ, କମ୍ ସମୟରେ ବିଷ ଓ ସାର ସିଂଚନ କରିବ ଡ୍ରୋନ୍ । ଆଗାମୀ ଦିନ ଛାତ୍ରଛାତ୍ରୀଙ୍କ ପ୍ରୟାସ ନିଶ୍ଚିତ ଚାଷୀକୂଳ ମୁହଁରେ ହସ ଫୁଟାଇବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.