Home ଜିଲ୍ଲା ପରିକ୍ରମା ପୂଜକଙ୍କୁ ବାହାରୁ ବନ୍ଦ କରି ୪ଟି ମନ୍ଦିରରୁ ଚୋରି , ସିସିଟିଭି ଫୁଟେଜ୍‌ରେ ଚୋରିର ଦୃଶ୍ୟ

ପୂଜକଙ୍କୁ ବାହାରୁ ବନ୍ଦ କରି ୪ଟି ମନ୍ଦିରରୁ ଚୋରି , ସିସିଟିଭି ଫୁଟେଜ୍‌ରେ ଚୋରିର ଦୃଶ୍ୟ

13

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିବର୍ଷ ଧରି ଭଦ୍ରକ ଜିଲାର ବିଭିନ୍ନ ମନ୍ଦିରରେ ଚୋରି କରୁଥିବା ରାକେଟର ପଦ୍ଦାର୍ଫାଶ ପୁଲିସ୍ କରିଥିବାବେଳେ ଏବେ ପୁଣିଥରେ ଏହି ଚୋରିର ପୁନରାବୃତ୍ତି ଘଟିଛି । ଗତକାଲି ରାତିରେ ସହରାଞ୍ଚଳ ଥାନା ଅଧୀନସ୍ଥ ବରାଳପୋଖରୀ ସ୍ଥିତ ରାମମନ୍ଦିର, ଶିବ ମନ୍ଦିର ଓ ଶନି ମନ୍ଦିରରୁ ଲୁଟ୍ ହୋଇଛି । ତେବେ ଏହି ଲୁଟ୍‌ର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ଲୁଟେରାମାନେ ଆସି ମନ୍ଦିର ପୂଜକ ମରୁତ ନନ୍ଦନ ଜୀଉଙ୍କ ଘରର କବାଟକୁ ବାହାରୁ ଦଉଡିରେ ବାନ୍ଧି ବନ୍ଦ କରିଦେଇଥିଲେ । ପରେ ରାମ, ହନୁମାନ, ଶିବ ଓ ଶନି ମନ୍ଦିରରୁ ଠାକୁରଙ୍କ ଦାନ ଥାଳି ସହ ବିଭିନ୍ନ ଅଳଙ୍କାର ନେଇଯାଇଛନ୍ତି । ଲୁଟେରା ଦୁଇଜଣ ମୁହଁରେ କପଡା ବାନ୍ଧିଥିବାର ଦେଖାଯାଇଛି । ପୂଜାରୀ ଜଣକ ଘର ଭିତରୁ ଛୁରୀ ସାହାଯ୍ୟରେ କବାଟରେ ବନ୍ଧା ଯାଇଥିବା ଦଉଡି କାଡି ବାହାରକୁ ଆସିଥିଲେ ମଧ୍ୟ ସେତେବେଳକୁ ଲୁଟେରାମାନେ ୪ ମନ୍ଦିର ସଫା କରି ଚାଲିଯାଇଥିଲେ । ଏହି ଲୁଟ୍‌ରେ ଠାକୁରଙ୍କ ହୁଣ୍ଡି ସହ ଅଳଙ୍କାର ଓ ଆସବାବ ପତ୍ରର ମୂଲ୍ୟ ପ୍ରାୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଘଟଣାରେ ସହରାଞ୍ଚଳ ଥାନା ପୁଲିସ୍ ସେଠାରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚୋରଙ୍କର ସନ୍ଧାନ ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.