Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଜେପିର ଜିଲ୍ଳା ସ୍ତରୀୟ ଗରିବ କଲ୍ୟାଣ ସମାବେଶ

ଭଦ୍ରକରେ ବିଜେପିର ଜିଲ୍ଳା ସ୍ତରୀୟ ଗରିବ କଲ୍ୟାଣ ସମାବେଶ

25

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୮ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଓ ଗରିବ କଲ୍ୟାଣର ଅନନ୍ତ ଯାତ୍ରା ଉପଲକ୍ଷେ ଭଦ୍ରକ ଜିଲ୍ଳା ବିଜେପି ପକ୍ଷରୁ ଗାନ୍ଧୀ ପଡ଼ିଆ ଠାରେ ଗରିବ କଲ୍ୟାଣ ଜନସଭା ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟଅତିଥି ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୮ ବର୍ଷର ସଫଳତା ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ୨୦୦୯-୧୪ କୃଷି ବଜେଟରେ ତତ୍‌କାଳୀନ ସରକାର ବ୍ୟୟ ଅଟକଳ ୮.୫ ପ୍ରତିଶତ ବୃଦ୍ଧି କରିଥିବା ବେଳେ ୨୦୧୪ -୧୯ କେନ୍ଦ୍ରର ମୋଦୀ ସରକାର କୃଷି କ୍ଷେତ୍ରରେ କରିଥିବା ବଜେଟରେ ୩୮.୮ ପ୍ରତିଶତ ଅର୍ଥ ବ୍ୟବରାଦରେ ବୃଦ୍ଧି କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୩୭.୫୨ କୋଟି ଚାଷୀ ଉପକୃତ ହୋଇଥିଲା ବେଳେ ଓଡ଼ିଶାରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧିରେ ୪୦.୫୪ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ସମଗ୍ର ଦେଶରେ ୧୧.୩୦ କୋଟି କୃଷକ ଉପକୃତ ହୋଇଛନ୍ତିି। ପ୍ରଧାନ ମନ୍ତ୍ରୀ ଫସଲବୀମା ଯୋଜନା ଜରିଆରେ ଦେଶରେ ୩୭.୫୨ କୋଟି ଆବେଦନକାରୀଙ୍କୁ ବୀମା ସୁବିଧା ପ୍ରଦାନ କରାଯାଇଛି। ଦେଶରେ ୩ କୋଟିରୁ ଉର୍ଦ୍ଧ୍ୱ କିଷାନ କ୍ରେଡିଟ କାର୍ଡ ଧାରୀଙ୍କୁ ୩.୪ ଲକ୍ଷ କୋଟି ଟଙ୍କାର ଲାଭାର୍ଥ ମିଳିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣାରେ ଶସ୍ୟ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ସହରାଞ୍ଚଳରେ ୧.୨୨ କୋଟି ଆବାସ ଦିଆଯାଇଥିବା ବେଳେ ଗ୍ରାମାଞ୍ଚଳରେ ୨.୩ କୋଟି ଆବାସ ବଣ୍ଟନ କରାଯାଇଛି। ସ୍ୱଚ୍ଛ ଭାରତ ଯୋଜନାରେ ୧୧.୨୨ କୋଟି ଶୌଚାଳୟ ନିର୍ମାଣ କରାଯାଇଛି। ବିଶ୍ୱର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ ଜରିଆରେ ମାଗଣାରେ ୧୯୦ କୋଟିରୁ ଅଧିକ ଡୋଜ୍ ଟୀକା କରଣ କରାଯାଇଛି। ବିଗତ ୮ ବର୍ଷରେ ଦେଶରେ ୧୫ଟି ଏମ୍‌ସ୍ ହସ୍‌ପିଟାଲ ସ୍ଥାପନ କରାଯାଇଥିବା ବେଳେ ୨୦୦ ନୂତନ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଛି। ପି.ଏମ. ଉଜ୍ୱଳା ଯୋଜନାରେ ୯ କୋଟି ମହିଳାଙ୍କୁ ମାଗଣାରେ ଏଲ୍‌ପିଜି ସଂଯୋଗ ଦିଆଯାଇଛି। ଜନଧନ ଖାତା ମାଧ୍ୟମରେ ୨୫ କୋଟି ମହିଳାଙ୍କୁ ବ୍ୟାଙ୍କ ସହିତ ଯୋଡ଼ା ଯାଇଛି ଭଳି ବହୁ ଯୋଜନା ସମ୍ପର୍କୀତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ସଭାରେ କାର୍ଯ୍ୟକ୍ରମର ସଂଯୋଜକ ବଦ୍ରୀନାରାୟଣ ଧଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଳା ସଭାପତି ହେମନ୍ତ ପାଢୀ ପୌରୋହିତ୍ୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦିପ ନାୟକ, ମାଧବାନନ୍ଦ ମଲ୍ଲିକ, ମନସ୍ମିତା ଖୁଣ୍ଟିଆ ସେମାନଙ୍କ ବକ୍ତ୍ୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ଯୋଜନାର ଉଦାହରଣ ଉପସ୍ଥାପନ କରିଥିବା ବେଳେ ଶଶୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଯୁବନେତା ସୂର୍ଯ୍ୟବଂଶୀ ସୂରଜ, ଜିଲ୍ଳା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ନଗର ଯୁବମୋର୍ଚ୍ଚା ସଭାପତି ଜ୍ଞାନେନ୍ଦ୍ର ବଳ, ତପନ ବାରିକ, ଅଶୋକ ପରିଜା, ଶରତ ପଢିଆରୀ, ତପନ ମହାନ୍ତି, ଅଶୋକ ରାଉଳ, ପ୍ରଶାନ୍ତ ନାୟକ, ଶଶାଙ୍କ ଶେଖର ମିଶ୍ର, ଲାଲା ଶିବଦାସ ରାୟ, ଶଶାଙ୍କ ଦାସ, ମହମ୍ମଦ ସବର ଅଲୀ, ପ୍ରମୋଦ ସୂତାର, ଦେବେନ୍ଦ୍ର ପୁହାଣ ପ୍ରମୁଖ ବହୁ କର୍ମକର୍ତ୍ତା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.