Home ଜିଲ୍ଲା ପରିକ୍ରମା ଧାମରାରେ ଆନ୍ଦୋଳନ ଦାନା ବାନ୍ଧୁଛି, ଧାମରା-ବାଂଶଡା ରାସ୍ତା ପ୍ରଶସ୍ତି କରଣ କରିବାକୁ ଅଂଚଳବାସୀଙ୍କ ଦାବି

ଧାମରାରେ ଆନ୍ଦୋଳନ ଦାନା ବାନ୍ଧୁଛି, ଧାମରା-ବାଂଶଡା ରାସ୍ତା ପ୍ରଶସ୍ତି କରଣ କରିବାକୁ ଅଂଚଳବାସୀଙ୍କ ଦାବି

62

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଥିବା ମୁଖ୍ୟ (ଧାମରା-ବାଂଶଡା) ରାସ୍ତା ଦିନକୁ ଦିନ ସଂକୀର୍ଣ ହୋଇ ପଡିଥିବା ବେଳେ ଏହି ରାସ୍ତା ଦେଇ ସାଧାରଣ ଜନତା ମଧ୍ୟ କାରବାର ହୋଇ ପାରୁ ନାହାନ୍ତି। ଆଗରୁ ଧାମରା ବାଂଶଡା ରାସ୍ତା ୮୦କଡି ଓସାର ଥିବା ବେଳେ ବର୍ତମାନ ଏହି ରାସ୍ତାର ଓସାର ୨୦କଡି ଅଛି। ୮କି.ମି ଲମ୍ବ ଏହି ରାସ୍ତାକୁ କେବଳ ଧାମରା ପଂଚାୟତ ନୁହେଁ ବାଂଶଡା ପଂଚାୟତର ବହୁ ବାସିନ୍ଦା ଅବରୋଧ କରି ରହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ବହୁବାର ଏହି ଅବରୋଧ ସ୍ଥାନକୁ ଛାଡି ଘର ନିର୍ମାଣ କରିବାକୁ ଚେତାବନୀ ଦେଇଥିଲେ ମଧ୍ୟ କୌଣସି ଜନସାଧାରଣ ଏହି ନିୟମକୁ ମାନିବାକୁ ନାରାଜ ଫଳରେ ଏହି ରାସ୍ତା ଏପରି ସଙ୍କୁଚିତ ହୋଇ ପଡିଛି ସାଧାରଣ ଜନତା ଏହି ରାସ୍ତା ଦେଇ ଯାତାୟତ କରୁଥିବା ବେଳେ କୌଣସି ଭାରୀଯାନ ଏହି ରାସ୍ତା ଦେଇ ଦିନବେଳା ମଧ୍ୟ ଯାତାୟତ କରି ପାରୁ ନାହାନ୍ତି। ଅନ୍ୟ ପକ୍ଷରେ ସର୍ବସାଧାରଣ ଲୋକେ ଏହି ରାସ୍ତାକୁ ନିଜ ର ବୋଲି ଭାବି ଜବରଦଖଲ କରି ପନିପରିବା ଚାଷ କରିବା ସହ ଅନ୍ୟାନ୍ୟ ଘରକରଣା(ବାଲି, ଚିପସ) ସାମଗ୍ରୀ ରଖି ଜବରଦଖଲ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଜବରଦଖଲ ପ୍ରଭାବରେ ବହୁ ସମୟରେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯାତାୟତ ମଧ୍ୟ ଅବଶମ୍ଭାବୀ ହୋଇ ପଡିବା ସହ ଏହି ଅଂଚଳରେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଥିବା ଅଭିଯୋଗ ହୋଇଛି। ୨୦୨୧ ମସିହାରେ ତତକାଳୀନ ଭଦ୍ରକ ଜିଲ୍ଲପାଳ ଜ୍ଞାନରଞ୍ଜନ ଦାସ ଧାମରା-ବାଂଶଡା ରାସ୍ତା ପ୍ରଶସ୍ତି କରଣ କରିବାକୁ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ମାତ୍ର ନିର୍ଦେଶ ପରେ ଭଦ୍ରକ ଜିଲ୍ଲାପାଳଙ୍କ ବଦଳି ହୋଇଯାଇଥିଲା। ଫଳରେ ଏହି ନିର୍ଦେଶ ମଧ୍ୟ ନାଲିଫିତା ତଳେ ଚାପି ହୋଇ ରହିଗଲା ବୋଲି ଅଂଚଳର ବୁଦ୍ଧିଜିବୀ ମାନେ ମତ ପ୍ରକାଶ କରିଛନ୍ତି।ପରେ ଭଦ୍ରକରେ ନୂତନ ଜିଲ୍ଲାପାଳ ଭାବେ ତ୍ରିଲୋଚନ ମାଝୀ କାର୍ଯ୍ୟରେ ଯୋଗ ଦେବା ପରେ ଅଂଚଳବାସୀଙ୍କ ତରଫର ୁମଧ୍ୟ ଏହି ରାସ୍ତା ପ୍ରଶସ୍ତି କରଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇବା ସହ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଥିଲେ। ଇତି ମଧ୍ୟରେ ବହୁ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପ୍ରଶସ୍ତି କରଣ କାର୍ଯ୍ୟ ହୋଇ ପାରୁ ନଥିବା ବେଳେ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବାଂଶଡା ଠାରେ ମନ୍ତେଇ ନଦୀ ଉପରେ ନିର୍ମାଣ ହେଉଥିବା ସେତୁ ଶେଷ ପର୍ଯ୍ୟୟରେ ପହଂଚିଥିବା ବେଳେ ଭଦ୍ରକ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ବାଂଶଡା ଠାରୁ ଧାମରା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନବୀକରଣ ପାଇଁ ଟେଣ୍ଡର ଆହ୍ୱାନ କରିବାକୁ ପ୍ରସ୍ତୁତି ହୋଇଥିବା ବେଳେ ଏହି ରାସ୍ତାର ଜବରଦଖଲ ଉଚ୍ଛେଦ ହୋଇ ନ ପାରିଲେ ଏହି ରାସ୍ତାରର ନବୀକରଣ ସହ ପ୍ରଶସ୍ତିକରଣ ସମ୍ଭବ ନୁହେଁ ବୋଲି ବର୍ତମାନ ର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ଡମ୍ବୁରଧର ମଣ୍ଡଳ ମତ ରଖିଛନ୍ତି। ଫଳରେ ଅଂଚଳର ଉନ୍ନତିକରଣ ଆଜି ଭଳି ଦିନରେ ସଂପୂର୍ଣ ଠପ ହୋଇ ପଡିଛି। ତୁରନ୍ତ ଏହି ୮କି.ମି ରାସ୍ତାରୁ ଜବର ଦଖଲ ଉଚ୍ଚେଦ କରିବାକୁ ଅଂଚଳବାସୀ ଦାବି ଜଣାଇବା ସହ ଆଗାମୀ ଦିନରେ ଏହି ରାସ୍ତାର ପ୍ରଶସ୍ତିକରଣ ତଥା ଜବରଦଖଲ ଉଚ୍ଛେଦ ନହେଲେ ଅଂଚଳର ବୁଦ୍ଧୀଜିବୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଲେଣି। ତୁରନ୍ତ ଏହି ରାସ୍ତାକୁ ଜବରଦଖଲକାରୀଙ୍କ କବଜାରୁ ରକ୍ଷା କରିବା ସହ ଧାମରା ବଜାର ଠାରୁ ଧାମରାଇ ମନ୍ଦିର ପର୍ଯ୍ୟନ୍ତ ଥିବା ୧ କି.ମି ରାସ୍ତାକୁ ମଧ୍ୟ ଏହି ଜବରଦଖଲକାରୀଙ୍କ କବଜାରୁ ରକ୍ଷା କରିବାକୁ ଅଂଚଳବାସୀ ନିବେଦନ ଜଣାଇବା ସହ ଏହି ବିଷୟରେ ସେମାନେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ରାଜସ୍ୱ କମିଶନର, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀମୁଖ୍ୟ, ଭଦ୍ରକ ଜିଲ୍ଲାପାଳ ଏବଂ ଚାନ୍ଦବାଲି ତହସିଲଦାରଙ୍କୁ ଲିଖିତ ଭାବେ ଦାବି ପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.