Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୋଲିଓ ଟୀକାକରଣ ଆରମ୍ଭ , ୭୦୧ବୁଥ୍‌ରେ ୧ଲକ୍ଷ୪୬ହଜାର୩୫୩ ଶିଶୁଙ୍କୁ ଟୀକାକରଣ

ଭଦ୍ରକରେ ପୋଲିଓ ଟୀକାକରଣ ଆରମ୍ଭ , ୭୦୧ବୁଥ୍‌ରେ ୧ଲକ୍ଷ୪୬ହଜାର୩୫୩ ଶିଶୁଙ୍କୁ ଟୀକାକରଣ

23

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଏହି ଟୀକାକରଣ ଅଭିଯାନକୁ ଶୁଭାରମ୍ଭ କରିଥିଲେ । ଏହି ଟୀକାକରଣ ଅଭିଯାନ ତିନି ଦିନ ଧରି ଚାଲିବ ।ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଲକ୍‌ରେ ସ୍ଥାପିତ ଶୂନରୁ ପାଞ୍ଚବର୍ଷର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି । କୌଣସି କାରଣରୁ ବାଦ୍ ପଡିଯାଇଥିବା ଶିଶୁମାନଙ୍କୁ ଫେବୁଆରୀ ୧ ଓ ୨ ତାରିଖରେ ପୋଲିଓ ଦିଆଯାଇଥିଲା । ସ୍ୱାସ୍ଥ୍ୟକର୍ମୀମାନେ ଏହି ଦୁଇ ଦିନରେ ଘରକୁ ଘର ବୁଲି ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ । ଏହି ଟୀକାକରଣ ଅଭିଯାନରେ ଜିଲ୍ଲାର ସର୍ବମୋଟ ୭୦୧ ବୁଥ୍ ପ୍ରତିଷ୍ଠା କରାଯାଇଛି । ଏଥି ସହିତ ୧୪୦୨ ଟିମ୍ ଦ୍ୱାରା ପୋଲିଓ ବୁନ୍ଦା ଦିଆଯାଇଥିଲା । ଜିଲ୍ଲାର ୧ଲକ୍ଷ ୪୬ହଜାର ୩୫୩ ଜଣ ପିଲାଙ୍କୁ ପୋଲିସ ଟୀକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲାର ମୋଟ ୪ଲକ୍ଷ ୭ହଜାର୪୫୦ ପରିବାର ଘରକୁ ପୋଲିଓ କାର୍ଯ୍ୟରେ ନିଯୋଜିତ କର୍ମଚାରୀମାନେ ବୁଲି ପୋଲିଓ ଟୀକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ୨୮୦୪ କର୍ମଚାରୀ ଏବଂ ୧୩୯ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଶିବାଶୀଷ ମହାରଣା, ସହକାରୀ ଚିକିତ୍ସାଧିକାରୀ, ପରିବାର କଲ୍ୟାଣ ବିଭାଗ, ଡାକ୍ତର ମୁରଲୀଧର ପାଢୀ, ସୁପରିଟେଣ୍ଡ୍‌ଟ୍ ଜିଲ୍ଲା ମୁଖ୍ୟଚିକିତ୍ସାଳୟ,ଡାକ୍ତର ସୁମିତ୍ରା ଦେ, ସହକାରୀ ଜିଲ୍ଲା ରୋଗ ନିୟନ୍ତ୍ରଣକାରୀ, ସରିତା ମହାପାତ୍ର ,ଡିପିଏମ,ସମେତ ସ୍ୱାସ୍ଥ୍ୟବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.