Home ଜିଲ୍ଲା ପରିକ୍ରମା ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର; ଅପମୃତ୍ୟୁ ମାମଲା, ସ୍ଥାନୀୟ ଲୋକଙ୍କ ହତ୍ୟା ସନ୍ଦେହ

ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର; ଅପମୃତ୍ୟୁ ମାମଲା, ସ୍ଥାନୀୟ ଲୋକଙ୍କ ହତ୍ୟା ସନ୍ଦେହ

49

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ଂ ଜାତୀୟ ରାଜପଥର ନେରଡା ମହନ୍ତସେତୁ ଅନତି ଦୂରରେ ଥିବା ଧାନବିଲ ନିମ୍ବଗଛ ଡାଳରେ ଝୁଲୁଥିବା ଅଜଣା ଯୁବକର ମୃତଦେହକୁ ଆଜି ପ୍ରତ୍ୟୁଷରେ ପୁଲିସ ଉଦ୍ଧାର କରିଛି । ସ୍ଥାନୀୟ ଲୋକେ ସକାଳେ ଶୌଚପାଇଁ ଯାଇ ଶୀତବସ୍ତ୍ରରେ ବନ୍ଧାହୋଇ ଯୁବକ ଝୁଲୁଥିବା ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ । ଯୁବକର ଗୋଡ ଭୂମିଠାରୁ ମାତ୍ର ଦୁଇ ଇଞ୍ଚ ଉଚ୍ଚତାରେ ରହିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରି ୧/୨୧ନଂ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା । ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଥିବା ବେଳେ କିଛି ଦୂର ବଣ ନିକଟରେ ବିଷବୋତଲ, ଜୋତା, ଆଦି ସାମଗ୍ରୀ ପଡିଥିବା ଦେଖିବାକୁ ମିଳିଥିଲା । ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ୨୫ ହେବ ବୋଲି ଅନୁମାନ କରାଯାଉଛି । ପାରିପାର୍ଶିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.