Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ରତ୍ନାକର ମହାନ୍ତିଙ୍କର ୨୩ତମ ଶ୍ରାଦ୍ଧବାର୍ଷିକ ପାଳିତ

ଭଦ୍ରକରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ରତ୍ନାକର ମହାନ୍ତିଙ୍କର ୨୩ତମ ଶ୍ରାଦ୍ଧବାର୍ଷିକ ପାଳିତ

13

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସ୍ତବରେ ରତ୍ନାକର ଥିଲେ ଭଦ୍ରକର ରତ୍ନ । ଯିଏ ତାଙ୍କ ବିଧାୟକଙ୍କ ଜୀବନ କାଳରେ ଚଣ୍ଡିଗାଁ ମହାବିଦ୍ୟାଳୟ, ଚରମ୍ପା କଲେଜ ଠାରୁ ଆରମ୍ଭ କରି ବହୁ ଅନୁଷ୍ଠାନ ଗଢିଛନ୍ତି । ତାଙ୍କ ବିଧାୟକ ସମୟରେ ରାସ୍ତାଘାଟ ଠାରୁ ଆରମ୍ଭ କରି ଭଦ୍ରକ କଲେଜ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଯଥେଷ୍ଟ ଅବଦାନ ଥିଲା । ତେଣୁ ତାଙ୍କୁ ଭଦ୍ରକର ରତ୍ନ ବୋଲି ସମ୍ବୋଧନ କରିଥିଲେ ନିମନ୍ତ୍ରିତ ବହୁ ବିଶିଷ୍ଟ ବ୍ୟକ୍ତି । ସ୍ୱର୍ଗତଃ ବିଧାୟକ ରତ୍ନାକର ମହାନ୍ତିଙ୍କର ୨୩ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ବାସଭବନ କୋଡବରୁଆଁ ଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଭଦ୍ରକ ପଂଚାୟତ ସମିତିର ଅଧ୍ୟକ୍ଷା ଉର୍ମିଳା ନାୟକ ଅଂଶଗ୍ରହଣ କରିଥିଲେ । ଏହାପରେ ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ପୂର୍ବତନ ଶିକ୍ଷକ ରାଜକିଶୋର ଦାଶ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ଯୋଗଦେଇ ସ୍ୱର୍ଗତଃ ରତ୍ନାକର ମହାନ୍ତିଙ୍କ ସମୟର ଅନୁଭୂତି ବଖାଣି ଥିଲେ । ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ନାଗରିକ ମଂଚର ସଭାପତି ଲଲାଟେନ୍ଦୁ ମହାନ୍ତି ଓ ସୁସାହିତ୍ୟିକ ତଥା ପ୍ରଫେସର ଅଟଳ ବିହାରୀ ନାୟକ ଯୋଗ ଦେଇଥିଲେ । କୋଡବରୁଆଁ ପଂଚାୟତର ସରପଞ୍ଚ ସୁଷମା ମହାନ୍ତି, ସମିତି ସଭ୍ୟ ରାଜକିଶୋର ପାଣି ଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତଃ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ । ନିରୋଦ କୁମାର ମହାନ୍ତି ସଭା ପରିଚାଳନା କରିଥିବାବେଳେ ମହେଶ୍ୱର ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସ୍ୱର୍ଗତଃ ମହାନ୍ତିଙକ୍ର ପୁତ୍ର ତଥା ବିଶିଷ୍ଟ ସମାଜସେବୀ ଅଶୋକ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସରପଞ୍ଚଙ୍କ ପ୍ରତିନିଧି ଯୁବ ପ୍ରତିଭା ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଳନ୍ଦୀ ଜେନା, ଶେଷଦେବ ପରିଡା, ନାରାୟଣ ଚନ୍ଦ୍ର ନାୟକ, ଲକ୍ଷ୍ମୀପ୍ରିୟା ନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ସ୍ୱର୍ଗତଃ ମହାନ୍ତିଙ୍କ ପୁତ୍ର ଶରତ କୁମାର ମହାନ୍ତି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.