Home ଜିଲ୍ଲା ପରିକ୍ରମା ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ ଖେଳକୁଦ ପ୍ରତିଯୋଗିତା ‘ଉତ୍ସାହ’ ୨୦୨୩, କ୍ରୀଡ଼ା ମାନସିକ ଓ ଭୌତିକ...

ଆନ୍ତଃ ଶିଶୁ ଯତ୍ନ ଅନୁଷ୍ଠାନ ଖେଳକୁଦ ପ୍ରତିଯୋଗିତା ‘ଉତ୍ସାହ’ ୨୦୨୩, କ୍ରୀଡ଼ା ମାନସିକ ଓ ଭୌତିକ କ୍ଷେତ୍ରରେ ସକ୍ଷମ ଆଣିଦିଏ ।

10

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାସ୍ତରରେ ପଞ୍ଜୀକରଣ ନଅଗୋଟି ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କରେ ଥିବା ଶିଶୁ ମାନଙ୍କ ମଧ୍ୟରେ ଖେଳକୁଦ ପ୍ରତିଯୋଗିତା ଉତ୍ସାହ-୨୦୨୩ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବାଗୁରାଇ ଖେଳପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମର୍ମରେ ଉଦ୍‌ଘାଟନ ପର୍ବରେ ବିନ୍ଦୁମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ରବିନ୍ ମହାନ୍ତି, ମାନସ ରାଉତ ସମେତ ଶିଶୁ ମଂଗଳ କମିଟିର ସଦସ୍ୟ ନବୀନ ଚନ୍ଦ୍ର ସାହୁ, ମୌସୁମୀ ମାଇତି, ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଅନୁଷ୍ଠାନିକ ଅଧିକାରୀ ବିଶ୍ୱନାରାୟଣ ପଣ୍ଡା, ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ସ୍ୱାଗତିକା ବାରିକ ପ୍ରମୂଖ ଯୋଗଦାନ କରିଥିଲେ । ଅନ୍ତେବାସୀମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ଼, ୨୦୦ ମି ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡ଼ିଆଁ, ଚେସ୍‌, କ୍ୟାରେମ୍ ଓ ଫୁଟବଲ ମ୍ୟାଚ ପ୍ରତିଯୋଗିତା ବାଳକ ଓ ବାଳିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦକ୍ଷ ପ୍ରଶିକ୍ଷକ ଭାବେ ରାଜେନ୍ଦ୍ର ପ୍ରସାଦ ନାୟକ, ରଂଜନ କୁମାର ବେହେରା, ମାନସୀ ରାଉତ, ରାଜସ୍ମିତା ଖୁଣ୍ଟିଆ, ମାନସୀ ପ୍ରଧାନ ପ୍ରମୂଖ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ କରି ଶ୍ରେଷ୍ଠ କୃତୀତ୍ୱ ପିଲାମାନଙ୍କର ମୂଲ୍ୟାଙ୍କନ କରିଥିଲେ ।

ଫୁଟବଲ ମ୍ୟାଚରେ ଗାଂନ୍ଧି ଓଡ଼ିଶା ବାଳାଶ୍ରମର ଦଳ କୃତୀତ୍ୱ ଲାଭକରି ରାଜ୍ୟ ସ୍ତରକୁ ଯୋଗ୍ୟ ବିବେଚିତ ହୋଇଥିଲା । ଉଦ୍‌ଯାପନ ପର୍ବରେ ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ ଡ. ଦେବରାଜ ପାଣିଗ୍ରାହୀ, ଫେଲୋସିପର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ଶିଶୁମଂଗଳ ସଦସ୍ୟ ଅମରବାରିକ, ହୃଷିକେଷ ମହାନ୍ତି ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅନୁପ୍ରାଣିତ ବକ୍ତବ୍ୟରେ ଶିଶୁମାନଙ୍କର ମଂଗଳ କାମନା ସହ କ୍ରୀଡ଼ାକ୍ଷେତ୍ରରେ ଦକ୍ଷ ପାଇ ଉଦ୍‌ବୋଧନ ଦେବାସହ କ୍ରୀଡ଼ା ମାନସିକ ଓ ଭୌତିକ କ୍ଷେତ୍ରରେ ସକ୍ଷମ ଆଣିଦିଏ ବୋଲି କହିଥିଲେ । ସେହିଭଳି ଶିଶୁ ଅନୁଷ୍ଠାନର ସଂପାଦକ, ଅଧୀକ୍ଷକ, ପରାମର୍ଶଦାତା ପିଲାମାନଙ୍କୁ ଗାଇଡ୍ କରିଥିଲେ । ଶିଶୁ ସୁରକ୍ଷା ୟୁନିଟ୍‌ର ମହେଶ ଚନ୍ଦ୍ର ଦାଶ, ଧୀରଜ ବାରିକ୍‌, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା, ବିଜୟ ଯେନା ସମେତ ଶିଶୁ ଅନୁଷ୍ଠାନର ଧନଞ୍ଜୟ ଯେନା, ଜ୍ୟୋତିପ୍ରକାଶ ପତି, ପ୍ରଦୀପ୍ତ ନାୟକ, ଦେବସ୍ମିତା ମହାନ୍ତି, ନିବେଦିତା ଲେଙ୍କା, ଦିଗନ୍ତ ବେହେରା, ତଥାଗତ ଜେନା, ସସ୍ମିତା ନାୟକ, ସତ୍ୟଦେବ ପାତ୍ର, ରିୟାଜ ଅହମ୍ମଦ, ଆକାଶ ପୃଷ୍ଠି, ସମ୍ବିତ ମହାନ୍ତି, ଭାଗ୍ୟଶ୍ରୀ ମହାକୁଡ଼ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶିଶୁ ସୁରକ୍ଷା ଶାଖାର ସୁବ୍ରତ ଦାସଙ୍କ ଦ୍ୱାରା ମଞ୍ଚ ପରିଚାଳନାବେଳେ ବିଶ୍ୱ ନାରାୟଣ ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.