Home କେନ୍ଦୁଝର ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ନ୍ୟାୟ ପ୍ରଦାନ ଦାବିରେ ସର୍ଭଫର ପିପୁଲର ସଦସ୍ୟ ଲଣ୍ଡା ହେଲେ

ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ନ୍ୟାୟ ପ୍ରଦାନ ଦାବିରେ ସର୍ଭଫର ପିପୁଲର ସଦସ୍ୟ ଲଣ୍ଡା ହେଲେ

184

ହାଟଡିହି ୫ । ୮ : (ଓଡିଆ ପୁଅ / ବିକାଶ ବିଶ୍ୱାଳ) ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ନ୍ୟାୟ ପ୍ରଦାନ ଦାବିରେ ସର୍ଭଫର ପିପୁଲର ସଦସ୍ୟମାନେ ଆଜି ଲଣ୍ଡା ହୋଇଛନ୍ତି । ମୃତ୍ୟୁର ମାସାଧିକ କାଳ ଅତିକ୍ରାନ୍ତ କରିଥିଲେବି ଆଜି ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ଖୋଜି ପାରିଲାନି ଜିଆରପି ପୁଲିସ । ରାଜ୍ୟ ସରକାର ଜିଆରପି ପୁଲିସକୁ ହଟାଇ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ କୁ ଦେଇଥିଲେ ମଧ୍ୟ ତଦନ୍ତରେ ଶିଥିଳତା ଦେଖା ହେଉଥିବା ସର୍ଭଫର ପିପୁଲର ସଦସ୍ୟମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆଜି ସର୍ଭଫର ପିପୁଲ ପରିବାରର ସଦସ୍ୟମାନେ ଲଣ୍ଡା ହୋଇ ଏହାର ପ୍ରତିବାଦ କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । ସର୍ଭଫର ପିପୁଲର ସଦସ୍ୟ ଚନ୍ଦ୍ରମୌଳି ମହାନ୍ତି, ପ୍ରିତିରଞ୍ଜନ ଦ୍ୱିବେଦୀ, ସତ୍ୟବ୍ରତ ସା, ଜୟନ୍ତ ବେହେରା, ପ୍ରଦୀପ କୁମାର ବେହେରା, ଗୋପବନ୍ଧୁ ଜେନା, ଶିବ ଶଙ୍କର ପରିଡା, ସୌଭାଗ୍ୟ ଖଣ୍ଡେଇ, ପବିତ୍ର ଜେନା, ଏସ.ପି ଦର୍ଶନ ସେଠୀ, ବିଶ୍ୱରଞ୍ଜନ ପାତ୍ର, ଉଦୟ ନାଥ ଜେନା, ରଜତ ମହାକୁଡ, ଟୁକୁନୁ ବେହେରା, ବାମଦେବ ବେହେରା, ମନୋଜ ନାୟକଙ୍କ ସମେତ ବହୁ ସଦସ୍ୟ ଲଣ୍ଡା ହୋଇଛନ୍ତି । ସେମାନେ ଆଦିତ୍ୟ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାରେ ନିଜ ନିଜକୁ ସାମିଲ କରିଥିଲେ ବୋଲି ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ଅନୁମତି ଦେବାକୁ ସେମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.