Home ଓଡ଼ିଶା ଭଦ୍ରକରେ ପୁଣି ଆତଙ୍କ ଖେଳାଇଲା କଳା ପଲସର, ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ଶିକ୍ଷକଙ୍କ ହାତରୁ ଝାମ୍ପିନେଲେ...

ଭଦ୍ରକରେ ପୁଣି ଆତଙ୍କ ଖେଳାଇଲା କଳା ପଲସର, ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ଶିକ୍ଷକଙ୍କ ହାତରୁ ଝାମ୍ପିନେଲେ ୧୨ ଲକ୍ଷ

34

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୁଣି ଭଦ୍ରକରେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି। କିନ୍ତୁ ଦୁଇ ଲୁଟେରା ଭଦ୍ରକ କଲେଜ ୟୁନିଫର୍ମରେ ଆସି ଅଭିନବ ଭାବେ ଜଣେ ଶିକ୍ଷକଙ୍କ ହାତରୁ ୧୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ଝାମ୍ପିନେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ ପୋଡାପାଟଣା ଗ୍ରାମନିବାସୀ ଅଶୋକ କୁମାର ଖିଲାର ଆଗରପଡା ହାଇସ୍କୁଲରେ ଶିକ୍ଷକତା କରନ୍ତି। ମାତ୍ର ସେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀରେ ରୁହନ୍ତି। ସେ ଆସନ୍ତାକାଲି ଏକ ଜମି କ୍ରୟ କରିବା ପାଇଁ ଆଜି ଭଦ୍ରକ ସହରର ଅପର୍ତ୍ତିବିନ୍ଧା ସ୍ଥିତ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ ୧୨ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗ୍‌ରେ ରଖି ବ୍ୟାଙ୍କ ପଛଗେଟ୍ ଦେଇ ରାସ୍ତାକୁ ଆସି ଏକ ଚା’ ଦୋକାନ ନିକଟରେ ଠିଆ ହୋଇଥିଲେ। ଇତିମଧ୍ୟରେ ଏକ କଳା ପଲସରରେ କମଳା ଓ ମାଟିଆ ରଂଗର କଲେଜ ଡ୍ରେସ୍ କୋର୍ଡରେ ଥିବା ଦୁଇ ଯୁବକ ଆସି ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ଝାମ୍ଫିନେଇ ଆରଡିଛକ ଆଡକୁ ଦ୍ରୁତ ଗତିରେ ପଳାୟନ କରିଥିଲେ। ଏହି ଘଟଣାକୁ ଦେଇ କିଛି ଲୋକ ସେମାନଙ୍କୁ ପିଛା କରିଥିଲେ ମଧ୍ୟ ଧରିବାରେ ସଫଳ ହୋଇନଥିଲେ। ପରବର୍ତ୍ତୀ ସମୟରେ ଖବର ପାଇ ସହରାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ କରିଥିଲେ ମଧ୍ୟ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଲୁଟେରାଙ୍କର କୌଣସି ସନ୍ଧାନ ମିଳିପାରିନଥିବାର ଜଣାପଡିିଛି। ତେବେ ବିଗତ କିଛିଦିନ ତଳେ ଏହି କଳା ପଲସର ଲୁଟେରାଙ୍କ ଆତଙ୍କ ବେଶ୍ ହଇଚଇ ସୃଷ୍ଟି କରିଥିବାବେଳେ ସ୍ଥାନୀୟ ଲୋକ ଓ ପୁଲିସ୍‌ର ମିଳିତ ଚଢାଉରେ ସେମାନେ ଧରାପଡି ଜେଲ୍‌ରେ ଥିଲେ। ଯେଉଁମାନଙ୍କ ଘର ଯାଜପୁର ବୋଲି ଜଣାପଡିଥିଲା। କିନ୍ତୁ ଆଜି ଦିନ ପ୍ରାୟ ୧୨ ଟା ସମୟରେ କଚେରୀ ବଜାରର ଜନଗହଳିପୂର୍ଣ୍ଣ ଅପର୍ତ୍ତିବିନ୍ଧା ଛକ ମାର୍କେଟର କେନ୍ଦ୍ରସ୍ଥଳରେ ଥିବା ଷ୍ଟେଟ୍‌ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ନିକଟରୁ ଏଭଳି ଟଙ୍କା ଲୁଟ୍ ହେବା ପୁଲିସ୍‌ର କାର୍ଯ୍ୟଦକ୍ଷତା ପ୍ରତି ଖୋଲାଖୋଲି ଚ୍ୟାଲେଞ୍ଜ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.