Home ଓଡ଼ିଶା ନକଲି ଡିଜେଲ ତିଆରି ଅଭିଯୋଗରେ ଯୁବକ କୋର୍ଟ ଚାଲାଣ ପୋଲିସ ଉପରେ ଚାପ

ନକଲି ଡିଜେଲ ତିଆରି ଅଭିଯୋଗରେ ଯୁବକ କୋର୍ଟ ଚାଲାଣ ପୋଲିସ ଉପରେ ଚାପ

80

ନୟାଗଡ଼ ୦୯/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ଦ୍ୱାରା ନକଲି ଡିଜେଲ କାରଖାନା ଉପରେ ୨ ଦିନ ତଳେ ଚଢାଉ କରାଯାଇଥିବା ବେଳେ ଗତ ଜୁନ୍ ୮ ତାରିଖ ରାତ୍ରିରେ ଚାନ୍ଦପୁର ପୋଲିସ ରାତ୍ରିକାଳୀନ ଚଢାଉ ସମୟରେ ଓ ଡି ୦୨ ଏମ୍ ୯୨୩୮ ନମ୍ବର ଅଟୋରିସ୍କାକୁ ତନଖି ସମୟରେ ସେଥିରେ ୧୨୦ ଲିଟର ଖାଉଟି କିରୋସିନ୍ ଓ କିରୋସିନ୍ କୁ ଡିଜେଲ ରେ ପରିଣତ କରିବା ପାଇଁ କେମିକାଲ ଜବତ କରିଥିବା ଜଣାପଡିଛି। ଅଭିଯୁକ୍ତ ଚମ୍ପାଗଡ ଗ୍ରାମର ଟିକିନା ପରିଡାକୁ ମଧ୍ୟ ଗିରଫ କରିଛି। ୨ ଦିନ ପୁର୍ବରୁ ଚାନ୍ଦପୁର ପୋଲିସ ନକଲି ଡିଜେଲ କାରଖାନା ଉପରେ ଚଢାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଥିଲେ।

ଗିରଫ ଅଭିଯୁକ୍ତ ଟିକିନା ପରିଡା କୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ବିଶ୍ୱସ୍ଥ ସୂତ୍ରରୁ ସୂଚନା ଅନୁଯାଇ ନକଲି ଡିଜେଲ କାରଖାନା ର ମୁଖ୍ୟ ଅଭିଯୁକ୍ତ ଙ୍କୁ ନଧରିବା ଓ ମାମଲାରୁ ନା କାଟିବା ପାଇଁ ଚାନ୍ଦପୁର ପୋଲିସ ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସଙ୍କ ଉପରେ ଚାପ ପଡୁଥିବା ଜଣାପଡିଛି। ପୁର୍ବରୁ ମାଙ୍କଡା ପଥର ଚୋରା ଖଣି ମାଫିଆ ଙ୍କୁ ଅଦାଲତ କରିଥିବା ବେଳେ ପୋଲିସ କୁ ହତ୍ୟା ଧମକ ଆସୁଥିବା ଯୋଗୁଁ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଖୋଲା ବଜାର ରେ କିରୋସିନ୍ ମିଳୁନଥିବା ବେଳେ ଏତେ ପରିମାଣର କିରୋସିନ୍ ନକଲି ଡିଜେଲ କାରଖାନା ଚଲାଉଥିବା ମାଲିକ ମାନେ କେଉଁଠୁ ପାଉଛନ୍ତି ବୋଲି ଜନସାଧାରଣ ରେ ପ୍ରଶ୍ନ ଉଠୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.