Home ଜିଲ୍ଲା ପରିକ୍ରମା ଭଦ୍ରକ ସାଂସଦଙ୍କ ପତ୍ର ନେଇ କେନ୍ଦ୍ର ରେଳମନ୍ତ୍ରୀ ଓ ରେଳବାଇ ଅଧ୍ୟକ୍ଷଙ୍କୁ ଭେଟିଲେ ମୁକ୍ତିକାନ୍ତ, ଭଦ୍ରକରୁ...

ଭଦ୍ରକ ସାଂସଦଙ୍କ ପତ୍ର ନେଇ କେନ୍ଦ୍ର ରେଳମନ୍ତ୍ରୀ ଓ ରେଳବାଇ ଅଧ୍ୟକ୍ଷଙ୍କୁ ଭେଟିଲେ ମୁକ୍ତିକାନ୍ତ, ଭଦ୍ରକରୁ ମେମୁ ଟ୍ରେନ୍ ଚାଲିବା ସହ ବିଭିନ୍ନ ଷ୍ଟେସନର ଉନ୍ନତିକରଣ ଦାବି

35

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଭୁବନେଶ୍ୱରରୁ ବାଲେଶ୍ୱର ଓ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଡିଏମ୍‌ୟୁ / ମେମୁ ଟ୍ରେନ୍ ଭଦ୍ରକରୁ ଚାଲିବା ସହ ଭଦ୍ରକ ସଂସଦୀୟ କ୍ଷେତ୍ର କେତେକ ରେଳଷ୍ଟେସନର ଉନ୍ନତି ପାଇଁ ସାଂସଦ ମଂଜୁଲତା ମଣ୍ଡଳଙ୍କ ଦାବିପତ୍ର ସହ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କେନ୍ଦ୍ର ରେଳମନ୍ତ୍ରୀ ଓ ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛନ୍ତି। ଏ ସଂପର୍କରେ ମିଳିଥିବା ତଥ୍ୟ ମୂଳେ ରେଳଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବରୁ ଭଦ୍ରକରୁ ଭୁବନେଶ୍ୱର ଓ ବର୍ତ୍ତମାନ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଡିଏମ୍‌ୟୁ ଓ ମେମୁ ଟ୍ରେନ୍‌ରେ ଅତିରିକ୍ତ କୋଚ୍ (ବଗି) ସଂଖ୍ୟା ବୃଦ୍ଧି ସହିତ ଭଦ୍ରକ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାହାନଗା, ସୋରୋ, ସବିରା, ଭଦ୍ରକ, ରାଣୀତାଲ, ମାର୍କୋଣା, କେନ୍ଦୁଆପଦା, ବାଉଦପୁର, ମଞ୍ଜୁରୀରୋଡ୍ ଓ କପାଳୀ ରେଲ୍‌ୱେ ଷ୍ଟେସନର ଉନ୍ନତି ଭଳି ବିଭିନ୍ନ ଦାବି ନେଇ ଶ୍ରୀ ମଣ୍ଡଳ ସାଂସଦଙ୍କ ଲିଖିତ ପତ୍ର ସହିତ ନୂଆଦିଲ୍ଲୀସ୍ଥ ସଂଚାର ଭବନ ଏବଂ ରେଳଭବନ ଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରେଲ୍‌ୱେ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଖୁବଶୀଘ୍ର ପର୍ଯ୍ୟାୟକ୍ରମେ ଏହି ଦାବିଗୁଡିକ ପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ଏବଂ ରେଳବାଇ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.