Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ ୬ତମ ବାର୍ଷିକ ଫାତେହା ଉତ୍ସବ ନିରାଡମ୍ବରରେ ପାଳନ ହେବ

ବଡ଼ ସରକାର ବାବାଙ୍କ ୬ତମ ବାର୍ଷିକ ଫାତେହା ଉତ୍ସବ ନିରାଡମ୍ବରରେ ପାଳନ ହେବ

67

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସରୋଡ଼ ସ୍ଥିତ ସରକାର ନଗର ଖାନକାହଠାରେ ବିଶିଷ୍ଟ ଧର୍ମଗୁରୁ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୬ତମ (ଷଷ୍ଠ) ବାର୍ଷିକ ଫାତେହା ଉତ୍ସବ କୋଭିଡ଼-୧୯ ପାଇଁ ନିରାଡମ୍ବରରେ ପାଳନ କରାଯିବ । କୋରୋନା ମହାମାରୀ କାରଣରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଗୁଲଶନେ ଗୌଷପାକ୍ ଖାନ୍‌କାହ କମିଟି ତରଫରୁ ବାବାଙ୍କ ଭକ୍ତଗଣ (ଶ୍ରଦ୍ଧାଳୁ)ମାନଙ୍କୁ ଅନୁରୋଧ କରାଯାଇଛି ଯେ ଚଳିତ ସେପ୍ଟେମ୍ବର ୨୪ ତାରିଖ ଗୁରୁବାରରେ ବଡ଼ ସରକାର ବାବାଙ୍କ ବାର୍ଷିକ ଫାତେହା ନିଜ ନିଜ ଘରେ ପାଳନ କରନ୍ତୁ । ମହାମାରୀ କୋରୋନା ପାଇଁ ଖାନ୍‌କାହ ଶରିଫର ଗେଟ ବନ୍ଦ ରହିଛି ଏବଂ ଉତ୍ସବ ଦିନ ମଧ୍ୟ ଗେଟ ବନ୍ଦ ରହିବ ବୋଲି ଖାନ୍‌କାହ କମିଟିର ସମ୍ପାଦକଙ୍କ ତରଫରୁ ଜଣାଇ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.