Home ଜିଲ୍ଲା ପରିକ୍ରମା ଭଦ୍ରକରେ ଦୁଇଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

ଭଦ୍ରକରେ ଦୁଇଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

83

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସର୍ବଭାରତୀୟ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଆଜି ଶେଷ ହୋଇଛି । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ବିଲ୍‌କୁ ବିରୋଧ କରି ଏହି ଦୁଇଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଜିଲାର ବ୍ୟାଙ୍କ କର୍ମଚାରୀ ସଂଘ ଓ ଅଫିସର୍ସ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଭଦ୍ରକ ବ୍ୟାଙ୍କ କର୍ମଚାରୀ ସଂଘର ଆବାହକ ଜଗନ୍ନାଥ ରାଉତଙ୍କ ନେତୃତ୍ୱରେ ଶେଷ ହୋଇଥିବା ଏହି ଆନ୍ଦୋଳନ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ବ୍ୟାଙ୍କ ଘରୋଇକରଣ ବିଲ୍ ପ୍ରତ୍ୟାହାର ଦାବିକୁ ସରକାର ମାନିନେଇ ଯଦି ନିଜ ନିଷ୍ପତ୍ତିରୁ ନଓହରନ୍ତି, ତେବେ ଆଗକୁ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ଧର୍ମଘଟର ପ୍ରତିବାଦ ସଭାରେ ସଂଘ ସଭାପତି ପାର୍ଥସାରଥୀ ମହାନ୍ତିଙ୍କ ସମେତ ସଂଜୟ ଓରାମ୍‌, ଅଶୋକ ନାଥ, ପ୍ରଭାତ ନାୟକ, ଶଶିଭୂଷଣ ପ୍ରଧାନ, ଦିବ୍ୟସିଂହ ନାୟକ, କାଳନ୍ଦୀ ପାତ୍ର, ଦେବେନ୍ଦ୍ର ବିଶ୍ୱାଳ, ପ୍ରମୋଦ ବାରିକ, ନଳିନୀ ନାୟକ, ଲକ୍ଷ୍ମୀ ନାୟକ, ଅଭିଳାଷ ମିଶ୍ର, ତ୍ରିର୍ଷ୍ଣାରାଣୀ ନାୟକ, ସୋନିଆ ମହାନ୍ତି, କବିତା ନାଥ, ସନାତନ ଗିରି, ସଂଘମିତ୍ରା ଆଚାର୍ଯ୍ୟ, ସୀତା ମାରାଣ୍ଡି, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସ୍ୱରାଜ ବେହେରା, ରବିନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗଦେଇ ଏହି ବ୍ୟାଙ୍କ ଘରୋଇକରଣ ବିଲ୍ ପାସ୍ ହେଲେ ଏହା ୧୯୬୯ ମସିହା ପୂର୍ବବସ୍ଥା ବା ପ୍ରତ୍ୟାବର୍ତ୍ତନ ସ୍ଥିତିକୁ ଆସିବ । ପୂର୍ବରୁ ଥିବା ବ୍ୟବସ୍ଥା ଅନୁଯାୟୀ କଂପାନୀ ଓ ଶିଳ୍ପପତିଙ୍କ ହାତରେ ଦେଶର ପୁଂଜି ରହିବ । ଯାହାଫଳରେ ଜାତୀୟ କରଣ ବ୍ୟାଙ୍କକୁ ସାଧାରଣ ଜନତା ଯେଉଁ ସୁବିଧା ସୁଯୋଗ ପାଉଛନ୍ତି, ତାହା ଉପଲବ୍ଧ ହେବ ନାହିଁ ବୋଲି ବକ୍ତାମାନେ କହିଥିଲେ । ଏହି ଧର୍ମଘଟରେ ବିଭିନ୍ନ ବ୍ୟାଙ୍କ ସମେତ ଜୀବନ ବୀମା ନିଗମ, ଭଦ୍ରକ ସଂଘର କର୍ମକର୍ତ୍ତା ମଧ୍ୟ ସମର୍ଥନ ପୂର୍ବକ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.