Home ଜିଲ୍ଲା ପରିକ୍ରମା କୋର୍ଟ ସ୍ଥାନାନ୍ତରକୁ ନେଇ ଆଇନ୍‌ଜୀବୀଙ୍କ ବିରୋଧ ୨ୟ ଦିନରେ

କୋର୍ଟ ସ୍ଥାନାନ୍ତରକୁ ନେଇ ଆଇନ୍‌ଜୀବୀଙ୍କ ବିରୋଧ ୨ୟ ଦିନରେ

71

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋର୍ଟ ସ୍ଥାନାନ୍ତରକୁ ନେଇ ଓକିଲ ସଂଘ ପକ୍ଷରୁ କରାଯାଇଥିବା ବିରୋଧ ପହଞ୍ôଚଛି ୨ୟ ଦିନରେ । ନୂତନ କୋର୍ଟର ଲୋକାର୍ପଣ ଉତ୍ସବକୁ ବିରୋଧ କରିବା ସହ ତିନିଦିନ ଧରି ଭଦ୍ରକ ଓକିଲ ସଂଘ କାର୍ଯ୍ୟରୁ ନିବୃତ ରହିଛନ୍ତି । ଆସନ୍ତାକାଲି ଭଦ୍ରକ ସହର ମଧ୍ୟରେ ଥିବା କୋର୍ଟକୁ ନଳାଙ୍ଗକୁ ସ୍ଥାନାନ୍ତରକୁ ନେଇ ବିରୋଧ କରିଛି ଭଦ୍ରକ ଓକିଲ ସଂଘ । ଭଦ୍ରକ ସହରର ଥିବା ଜିଲା ଜଜ୍ କୋର୍ଟ ଠାରୁ ନୂତନ କୋର୍ଟ ୭ କିଲୋମିଟର ଦୂର । ଯାହା ୧୬ନଂ ଜାତୀୟ ରାଜପଥ କଡରେ ନିର୍ମାଣ ହୋଇଥିବାରୁ ଏହି କୋର୍ଟକୁ ଯିବାଆସିବା ପାଇଁ ଅମଙ୍ଗ ହେଉଛନ୍ତି ଓକିଲଙ୍କ ଠାରୁ ଆରମ୍ଭ କରି ମୋହରୀର, ଟାଇପିଷ୍ଟ । ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଯାହାକୁ ଭଦ୍ରକର ଓକିଲ ସଂଘ ପ୍ରଥମରୁ ବିରୋଧ କରି ଆସୁଛନ୍ତି । ନଳାଙ୍ଗ ଠାରେ ନିର୍ମିତ ହୋଇଥିବା ଏହି ଜିଲା ଜଜ୍ କୋର୍ଟ ଆସନ୍ତା ଡିସେମ୍ବର ୧୮ ତାରିଖ ଦିନ ଠାରୁ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି । ନଳାଙ୍ଗଠାରେ ନିର୍ମାଣ ହୋଇଥିବା ଏହି ନୂତନ କୋର୍ଟ ପରିସରରେ ଓକିଲ, ମୋହରୀର, ଟାଇପିଷ୍ଟ, ଭେଣ୍ଡର ଏବଂ ଡିଟିପି ବାଲାଙ୍କ ବସିବା ପାଇଁ ବ୍ୟବସ୍ଥା ନାହିଁ କି ଗାଡି ପାର୍କିଂ, ଆଲୋକ ଏବଂ ବସ୍ ଷ୍ଟପେଜର କୌଣସି ବ୍ୟବସ୍ଥା ନାହିଁ । ଭଦ୍ରକରେ ୧୨ ଶହ ଓକିଲଙ୍କ ମଧ୍ୟରୁ ପ୍ରତିଦିନ ୮ ଶହ ଓକିଲ କୋର୍ଟକୁ ଆସୁଥିବା ବେଳେ ସେଠାରେ ମାତ୍ର ଦୁଇଶହ ଓକିଲଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଅନ୍ୟମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଦୀର୍ଘ ୭ କିଲୋମିଟର ଦୂର ଯିବାକୁ ଇଚ୍ଛା କରୁନାହାଁନ୍ତି ବୋଲି ଭଦ୍ରକ ଓକିଲ ସଂଘ ସଭାପତି ଦିଲ୍ଲୀପ ମହାପାତ୍ର ଓ ବରିଷ୍ଠ ଆଇନ୍‌ଜୀବୀ ଗଦାଧର ବଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.