Home ଜିଲ୍ଲା ପରିକ୍ରମା ଭଦ୍ରକରେ ଚିହ୍ନଟ ହେଲେ ସର୍ବକାଳୀନ ସର୍ବାଧିକ ୪୧୪ ଆକ୍ରାନ୍ତ

ଭଦ୍ରକରେ ଚିହ୍ନଟ ହେଲେ ସର୍ବକାଳୀନ ସର୍ବାଧିକ ୪୧୪ ଆକ୍ରାନ୍ତ

11

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୪୧୪ ଆକ୍ରାନ୍ତ । ଯାହା କୋଭିଡ଼ ପରୀକ୍ଷା ହେବାଠାରୁ ସର୍ବାଧିକ । ଏମାନଙ୍କ ମଧ୍ୟରେ ୪୦୫ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ ୯ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଜିଲ୍ଳାର ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୨ହଜାର ୨୧୩ । ଆଉ ନୂଆ ୧୫୭ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥଙ୍କ ସଂଖ୍ୟା ହୋଇଛି ୯ହଜାର ୭୨୨ । ଆଉ ୨୪୫୯ଜଣ ସକ୍ରିୟ ଆକ୍ରାନ୍ତ ଜିଲ୍ଳାରେ ରହିଛନ୍ତି । ମୋଟ ଏ ପର୍ଯ୍ୟନ୍ତ ୩ଲକ୍ଷ ୭୨ହଜାର ୯୨୨ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୧୦ଜଣ, ଭଦ୍ରକ ବ୍ଲକରୁ ୮୧ଜଣ, ଭଦ୍ରକ ପୌରପାଳିକାରୁ ୫୫, ବନ୍ତ ବ୍ଲକରୁ ୪୦, ଭଣ୍ଡାରିପୋଖରୀ ବ୍ଲକରୁ ୩୭, ଚାନ୍ଦବାଲି ବ୍ଲକରୁ ୨୫, ଚାନ୍ଦବାଲି ଏନ୍‌ଏସିରୁ ୭, ଧାମନଗର ବ୍ଲକରୁ ୧୯, ଧାମନଗର ଏନ୍‌ଏସିରୁ ୨ଜଣ, ତିହିଡି ବ୍ଲକରୁ ସର୍ବାଧିକ ୧୨୩ଜଣ ଏବଂ ଅନ୍ୟ ଜିଲ୍ଲାର ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.