Home ଜିଲ୍ଲା ପରିକ୍ରମା ଆନ୍ତଜିଲ୍ଲା କ୍ଲବ୍ କ୍ରିକେଟ : ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ

ଆନ୍ତଜିଲ୍ଲା କ୍ଲବ୍ କ୍ରିକେଟ : ଚରମ୍ପା କ୍ରିକେଟ ଏକାଡେମୀ ବିଜୟୀ

11

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡରେ ଓସିଏ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଲା କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ଆନ୍ତ ଜିଲ୍ଲା କ୍ଲବ କ୍ରିକେଟର ଆଜିର ମ୍ୟାଚ ଚାନ୍ଦବାଲି ସ୍ପୋର୍ଟସ ଏକାଡେମୀ ଓ ଚରମ୍ପା କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଚରମ୍ପା ଏକାଡେମୀ ଟସ୍ ଜିତି ଚାନ୍ଦବାଲି ଏକାଡେମୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚାନ୍ଦବାଲି ୨୪ ଓଭରରେ ମାତ୍ର ୧୦୨ରନ କରି ଅଲ୍ ଆଉଟ ହୋଇଯାଇଥିଲେ । ଦଳର କୌଶିକ କୁମାର ନାୟକ ୩୨ ରନ କରିଥିଲେ । ଚରମ୍ପା ପକ୍ଷରୁ ସତ୍ୟମ କୁମାର ୬ ଓଭରରେ ଗୋଟିଏ ମେଡେନ ସହ ୧୧ ରନ ଦେଇ ୫ ଉଇକେଟ ନେଇଥିଲେ । ଅନ୍ୟତମ ବୋଲର ମଙ୍ଗଲଦୀପ ସାହୁ ୨ଟି ଉଇକେଟ ନେଇଥିଲେ । ପରେ ଚରମ୍ପା ଏକାହେମୀ ୧୦୩ ରନର ଲକ୍ଷ୍ୟ ନେଇ ବ୍ୟାଟିଂ କରି ୨୨.୩ ଓଭରରେ ୪ ଉଇକେଟ ହରାଇ ବିଜୟୀ ହୋଇଥିଲା । ଦଳର ସତ୍ୟରଂଜନ ରାଉତ ୩୩, ଜୀବନ ଜ୍ୟୋତି ବେହେରା ୨୨ ଓ ସାହିଲ ଖାନ୍ ୨୦ ରନ କରିଥିଲେ । ଚାନ୍ଦବାଲି ପକ୍ଷରୁ ଅନ୍ୱେଷ ମହାରଣା, କୌଶିକ କୁମାର ନାୟକ, ଅଭିଜିତ ମହାରଣା ପ୍ରତ୍ୟେକେ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଚରମ୍ପା ଏକାଡେମୀର ସତ୍ୟମ କୁମାରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଲଲାଟ କେଶରୀ ନନ୍ଦ, ରଂଜନ ମହାନ୍ତି, ଅମ୍ପାୟାର ଥିବା ବେଳେ ପ୍ରଦିପ୍ତ କୁମାର ନାୟକ ଓ ସସ୍ମିତା ସାହୁ ସ୍କୋରର ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.