Home ଜିଲ୍ଲା ପରିକ୍ରମା ଭଦ୍ରକରେ କୃଷି ବଂଚାଅ, ଗଣତନ୍ତ୍ର ବଂଚାଅ ଦିବସରେ ବିକ୍ଷୋଭ ଓ ପ୍ରତିବାଦ

ଭଦ୍ରକରେ କୃଷି ବଂଚାଅ, ଗଣତନ୍ତ୍ର ବଂଚାଅ ଦିବସରେ ବିକ୍ଷୋଭ ଓ ପ୍ରତିବାଦ

37

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ସମଗ୍ର ଦେଶରେ ଆଜିର ଦିନକୁ କୃଷି ବଂଚାଅ ଓ ଗଣତନ୍ତ୍ର ବଂଚାଅ ଦିବସ ରୂପେ ପାଳନ କରାଯାଉଥିବାବେଳେ ଭଦ୍ରକ ସହରରେ କଳା କୃଷି ଆଇନ୍ ଗୁଡିକୁ ବାତିଲ ଦାବି ଓ ଗଣତନ୍ତ୍ର ହତ୍ୟାର ପ୍ରତିବାଦ କରି ଶ୍ରମିକ ଓ କୃଷକମାନଙ୍କ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ରାଧାନାଥ ଦାସ, ନିରଂଜନ ପାଣି, କାଳନ୍ଦୀ ପାତ୍ର, ପ୍ରଫୁଲ୍ଲ ପାଢୀ, ବିକାଶ ନାଥ ପ୍ରମୁଖ ବହୁ ସମର୍ଥକମାନେ କଚେରୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରି କୃଷି ବଂଚାଅ ତଥା ଗଣତନ୍ତ୍ରକୁ ବଂଚାଇବାକୁ ଆହ୍ୱାନ ଦେଇଥିଲେ । ଏଥି ଉପଲକ୍ଷେ ଏକ ପ୍ରତିବାଦ ସଭାରେ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ୧୯୭୫ ଏହି ଜୁନ୍ ମାସ ୨୬ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରାଗାନ୍ଧୀ ଜରୁରୀ କାଳୀନ ପରିସ୍ଥିତି ଜାରି କରିଥିଲେ । ଫଳରେ ଜୟ ପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ତାହାର ଜୋରଦାର ପ୍ରତିବାଦ ହୋଇଥିଲା । ଏବଂ ଏହିଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଡ. ହରେକୃଷ୍ଣ ମହତାବଙ୍କ ସମେତ ଜନାର୍ଦ୍ଦନ ପତି, ବିଷ୍ଣୁ ମହାନ୍ତି, ଭଦ୍ରକରୁ ନିରାକାର ଜେନା, ଲକ୍ଷ୍ମୀ ମହାପାତ୍ର, ବୈରାଗୀ ଜେନାଙ୍କ ଭଳି ଓଡ଼ିଶାର ବହୁ ନେତା, ରାଜନେତା ଓ ସ୍ତମ୍ଭକାରଙ୍କୁ ମିଶା/ଡିଆଇଆର ବଳରେ ଗିରଫ କରାଯାଇ ୧୯ ମାସ କାରବରଣ ଭୋଗିବାକୁ ପଡିଥିଲା । ଆଜି ମୋଦି ସରକାର ବିକାଶ ନାମରେ ବିନାଶ କରିବାକୁ ଯାଇ ଦେଶରେ ସରକାରୀ କଳ କାରଖାନା ଓ ଅଫିସ୍ତ ଦପ୍ତରକୁ ବିଦେଶୀ କଂପାନୀକୁ ବିକ୍ରି କରି ଦରଦାମ ବୃଦ୍ଧି କରି କୃଷକର ଜମିକୁ ଆଦାନୀ ଅମ୍ବାନୀକୁ ନେଇ ଚାଷୀଙ୍କୁ ଏମ୍‌ଏସ୍‌ପି ନଦେବାରୁ ସେମାନେ ୭ ମାସ ହେବ ଆନ୍ଦୋଳନରେ ଥିବାବେଳେ କେନ୍ଦ୍ର ସରକାର କଳାଧନ ଆଣି ଜିରୋ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବା ପ୍ରତାରଣାରେ ପରିଣତ ହୋଇଛି ବୋଲି କହିଥିଲେ । ଏବଂ କରୋନା ସମୟରେ ଲୋକେ କାମ ହରାଇ ବେକାର ହୋଇଥିବାବେଳେ ବର୍ଷକୁ ୨ କୋଟି ଯୁବକ/ଯୁବତୀଙ୍କୁ କାମଦେବା ପାଣିର ଗାର ହୋଇଛି । ତେଣୁ କୃଷି ବିରୋଧୀ କଳା ଆଇନ୍ ବାତିଲ କରି ଗଣତନ୍ତର ସୁରକ୍ଷା ପାଇଁ ଆଜି ଦେଶବାସୀ ଏକ ହେବାକୁ ସେ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.