Home ଜିଲ୍ଲା ପରିକ୍ରମା ଭଦ୍ରକରେ ୧୫୮ ଆକ୍ରାନ୍ତ ଚିହ୍ନଟ

ଭଦ୍ରକରେ ୧୫୮ ଆକ୍ରାନ୍ତ ଚିହ୍ନଟ

35

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ନୂଆ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ୪ଲକ୍ଷ ୬୨ହଜାର ୮୪୬ ନମୁନା ପରୀକ୍ଷା ପରେ ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୨୧ହଜାର ୯୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆ ୧୭୯ସୁସ୍ଥଙ୍କୁ ମିଶାଇ ମୋଟ ୨୦ ହଜାର ୧୯୮ ମୋଟ ସୁସ୍ଥ ହୋଇ ସାରିଛନ୍ତି । ଏବେ ୧୬୮୧ଜଣ ଆଉ ସକ୍ରିୟ ରହିଛନ୍ତି । ନୂତନ ଚିହ୍ନଟମାନେ ବାସୁଦେବପୁର ପୌରପାଳିକାର ୮, ୯, ୨୨,୧୪, ୧୩, ୧୦ ନଂ ୱାର୍ଡରୁ ୬ଜଣ, ଭଦ୍ରକ ପୌରପାଳିକାର ଜଗନ୍ନାଥପୁର, ଅପର୍ତ୍ତିବିନ୍ଧା, କୁଆଁସ, ପୁରୁଣାବଜାର, ଚରମ୍ପା, ଚାରିଘରିଆରୁ ୧୫ଜଣ, ବନ୍ତ ବ୍ଲକର ବନ୍ତ, କେନ୍ଦୁଆପଦା, ନିଳୋକ, ପଧାନପଡ଼ା, ରାମଚନ୍ଦ୍ରପୁର, ଟିଲୋ ଗ୍ରାମରୁ ୨୬ଜଣ, ବାସୁଦେବପୁର ବ୍ଲକର ଅରଣ୍ଡୁଆ, ଆନ୍ଦୋଳା, ବିଦେଇପୁର, ବିନାୟକପୁର, ବିରସ, ଚୁଡାମଣି, ଇରମ, ଗୁଆଗଡିଆ, କିସ୍ମତ୍ କୃଷ୍ଣପୁର, କୁମାରପୁର, ଲୁଙ୍ଗା, ପଢୁଆଁ, ସାନକୃଷ୍ଣପୁର, ସୁଗୋ ୨୬ଜଣ, ଭଦ୍ରକ ବ୍ଲକର ଅର୍ଣ୍ଣପାଳ, ଏରେଇଁ, ବେନ୍ତାଳ, କୋଡବରୁଁଆ, ରାହାଞ୍ଜ, ସାହାଡା ଗ୍ରାମରୁ ୧୦ଜଣ, ଚାନ୍ଦବାଲି ବ୍ଲକର ବିଜୟନଗର, ପଞ୍ଚୁଟିକ୍ରି, ତେନ୍ତୁଲିଡିହି, ମାଣିପୁର ଗ୍ରାମରୁ ୬ଜଣ, ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ, ବାବଲପୁର, ବୟାଁବନାପୁର, କଣ୍ଟି, ନାଆମି, ନପଙ୍ଗ, ନେରଡା, ପାଟୁଳି, ରାମଚନ୍ଦ୍ରପୁର, ପିରିପୁର, ମଞ୍ଜୁରିରୋଡ, ତେସିଙ୍ଗା ଗ୍ରାମରୁ ୧୮ଜଣ, ଚାନ୍ଦବାଲି ଏନ୍‌ଏସିର ୪ଟି ୱାର୍ଡରୁ ୭ଜଣ, ତିହିଡ଼ି ବ୍ଳକର ଭାଟପଡା, ଜିତାନଗା, ଜାମଯୋଡି, ମୁକୁନ୍ଦପୁର, ଶ୍ୟାମସୁନ୍ଦରପୁର, ସିନ୍ଦୋଳ, ତାଳପଦା ଗ୍ରାମରୁ ୧୧ଜଣ, ଧାମନଗର ବ୍ଲକର ଦଳାଙ୍ଗ, ବାହାରବିଲ, ଗୋବିନ୍ଦପୁର, ହସନାବାଦ୍‌, କଟସାହି, କୋଠାର, କଲ୍ୟାଣି ଗ୍ରାମରୁ ୧୬, ଧାମନଗର ଏନ୍‌ଏସିରୁ ଜଣେ, ଅନ୍ୟ ଜିଲ୍ଲାରୁ ୬ଜଣ, ଭଦ୍ରକ ଜିଲ୍ଲାର ୧୦ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.