Home ଜିଲ୍ଲା ପରିକ୍ରମା ଭଦ୍ରକରେ କରୋନା ଟୀକାକରଣ ସ୍ଥାନ କେତେ ସୁରକ୍ଷିତ!

ଭଦ୍ରକରେ କରୋନା ଟୀକାକରଣ ସ୍ଥାନ କେତେ ସୁରକ୍ଷିତ!

41

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନାର ଦ୍ୱିତୀୟ ଲହରି ଏବେ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି । ସହର ଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଆଡେ କରୋନା ଜନିତ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି । ଯେଉଁଆଡେ ଦେଖ ରାସ୍ତାଘାଟ, ବଜାର ହାଟ ସବୁ ସରକାରଙ୍କ ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ଶୂନଶାନ ହୋଇପଡିଛି । ତେବେ କେବଳ ଟୀକାକରଣ କ୍ଷେତ୍ରରେ ଲୋକଙ୍କୁ ମିଳିଛି ସ୍ୱାଧୀନତା । ମାତ୍ର ଏହି ଟୀକାକରଣ କ୍ଷେତ୍ରରେ କରୋନା ଜନିତ ସମସ୍ତ କଟକଣା ତୁଚ୍ଛ ମନେହୁଏ । ଭଦ୍ରକ ଜିଲାର ୭ଟି ବ୍ଲକ୍‌ର ଯେଉଁଠି ଦେଖ, ଟୀକାକରଣ ସ୍ଥାନକୁ ଯାଉଥିବା ଲୋକମାନେ ଘରକୁ ଫେରିଲା ବେଳେ କରୋନା ନେଇ ଫେରୁଥିବା ଭଳି ମନେହୁଏ । ଆଜି ଭଦ୍ରକ ବାଇପାସ୍ ସ୍ଥିତ ପାୱାର ହାଉସ୍‌ରେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷେତ୍ରରେ ଚାଲିଥିଲା ଟୀକାକରଣ । ହେଲେ ଏହି ଟୀକାକରଣ ସ୍ଥାନକୁ ଦେଖିଲେ ଏହା କେତେ ସୁରକ୍ଷିତ ତାହା ଆପେ ଆପେ ବାରି ହୋଇପଡେ । ଏଣୁ ଏଠାରେ ପ୍ରଶ୍ନ ଉଠୁଛି ଜିଲାରେ ବିଭିନ୍ନ ସ୍ଥାନରେ ହେଉଥିବା ଟୀକାକରଣ କ୍ଷେତ୍ରରେ ପ୍ରଶାସନର ଏଭଳି ଅବ୍ୟବସ୍ଥା ରହିଲେ କରୋନା କେବେବି ଲୋକଙ୍କ ମଧ୍ୟରୁ ଦୂର ହୋଇପାରିବ ନାହିଁ । ଏଣୁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.