Home ଜିଲ୍ଲା ପରିକ୍ରମା ପାଣି ପାଇଁ ଡହଳବିକଳ ୭୦ ପରିବାର, ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପାଣି ପାଇଁ ଡହଳବିକଳ ୭୦ ପରିବାର, ରାଜରାସ୍ତାକୁ ଓହ୍ଲାଇଲେ ମହିଳା

48

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଶେଷକରି ପାନୀୟ ଜଳ, ଗମନାଗମନ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ସ୍ୱାଧିନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଭଦ୍ରକ ଜିଲାର ଉପାନ୍ତ ଅଂଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକ୍ ଚଡଦିଆ ପଂଚାୟତ ମାଝୀସାହିରେ ଦେଖିବାକୁ ମିଳିଛି ବିକାଶ ନାଁରେ ବିନାଶର ଏକ ନଗ୍ନ ଚିତ୍ର । ଦୀର୍ଘ ୩ ମାସ ଧରି ନଳକୂପ ମରାମତି ନହେବାରୁ ଏହି ଅଂଚଳର ମହିଳାମାନେ ଶେଷରେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସଂପର୍କରେ ଯାହା ଜଣାଯାଏ ମାଝୀସାହିରେ ଥିବା ଗୋଟିଏ ନଳକୂପରେ ୭୦ ରୁ ଉର୍ଦ୍ଧ୍ୱ ପରିବାର ନିର୍ଭର କରୁଥିଲେ । ମାତ୍ର ଏହି ନଳକୂପଟି ରାସ୍ତା ମଝିରେ ଥିବାରୁ ସେଠାରୁ ତାହା ସ୍ଥାନାନ୍ତର କରି ଅନ୍ୟତ୍ର ବସାଇବା ପାଇଁ ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୀର୍ଘ ୩ ମାସ ବିତିଯାଇଥିଲେ ବି ତାହା ସଂପୂର୍ଣ୍ଣ ହୋଇନପାରିବାରୁ ଦୀର୍ଘଦିନ ଧରି ଉକ୍ତ ପରିବାର ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଏ କାର୍ଯ୍ୟକୁ ହାତକୁ ନେଇଥିବା ଠିକାଦାର ଏ ଦିଗରେ ମନମାନି କରୁଥିବାର ଅଭିଯୋଗ ହୋଇଛି । ତେବେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ଗ୍ରାମର ବହୁ ମହିଳା ଆଜି ଦୀର୍ଘସମୟ ଧରି ରାସ୍ତାରୋକ କରିବା ସହ ପ୍ରତିବାଦ କରିଥିଲେ । ପରେ ସ୍ଥାନୀୟ ସରପଞ୍ଚ ଆସି ୨ ଦିନ ମଧ୍ୟରେ ଉକ୍ତ ନଳକୂପ ମରାମତି କରିବା ଦିଗରେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ ମହିଳାମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.