Home ଜିଲ୍ଲା ପରିକ୍ରମା ଭଦ୍ରକରେ ପବିତ୍ର ଅକ୍ଷୟ ତୃତୀୟା ପାଳିତ

ଭଦ୍ରକରେ ପବିତ୍ର ଅକ୍ଷୟ ତୃତୀୟା ପାଳିତ

112

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନରେ ଭଗବାନ ଅନ୍ନ ସୃଷ୍ଟି କରିଥିଲେ । ଆଜି ଏଭଳି ଏକ ପବିତ୍ର ଦିନ ଯେଉଁଥିରେ କୌଣସି ପ୍ରକାର ଶୁଭକାର୍ଯ୍ୟ ବିନା ଜ୍ୟୋତିଷ ଶାସ୍ତ୍ର ବିନା କରିହୁଏ । ଆଜିର ଦିନ ଭଗବାନ କୃଷ୍ଣ ଓ ସୁଦାମାଙ୍କ ମିଳନ, ଲକ୍ଷ୍ମୀନାରାୟଣଙ୍କ ପୂଜା, ସତ୍ୟଯୁଗର ଆରମ୍ଭ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥକାଠର ଶୁଭା ଦିଆଯାଇଥାଏ । ଆଜିର ଦିନରେ ଚାଷୀଟିଏ ଅଖିମୁଠି ଛିଞ୍ôଚ ହଳକରି ତାର ଚାଷକାର୍ଯ୍ୟ ଆରମ୍ଭ କରିଥାଏ । ଏଥିପାଇଁ ଚାଷୀଟିଏ ପ୍ରାତଃରୁ ଉଠି ଶୁଦ୍ଧଚିତ୍ତରେ ସ୍ନାନକରି ଫୁଲ, ଦୁବ ବରକୋଳି, ଆମ୍ବଡାଳ ଓ ଭୋଗ ସହ ଅଖିମୁଠି ପସରାକୁ ପୂଜାକରି ବାହାରିଯାଏ କ୍ଷେତକୁ । ସେଠାରେ ଲକ୍ଷ୍ମୀନାରାୟଣ ଓ ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ଧୂପ, ଦୀପ, ନୈବେଦ୍ୟ ସହ ଅଖିମୁଠି ପସରାକୁ ପୂଜାର୍ଚ୍ଚନା କରିବା ପରେ କ୍ଷେତରେ ନେଇଥିବା ବିହନକୁ ଛିଞ୍ôଚ ହଳ କରି ତାର ଚାଷକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଏଥିପାଇଁ ତା’ ମନରେ ଥାଏ ଅଫୁରନ୍ତ ଆନନ୍ଦ । ସେ ବିଶ୍ୱାସ ରଖିଥାଏ ଯେଭଳି ଏବର୍ଷ ତାର କ୍ଷେତ ସବୁଜିମାରେ ଭରିଉଠିବ । ମାତ୍ର ଚଳିତବର୍ଷର କରୋନାର ଦ୍ୱିତୀୟ ଲହରୀ ଚାଷୀର ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ ମଧ୍ୟ ହିନ୍ଦୁ ପରମ୍ପରା ଅନୁଯାୟୀ ଚାଷୀଟିଏ ଆଜି ତାର ଏହି ଚାଷକାର୍ଯ୍ୟର ମୂଳଦୁଆ ପକାଇଥିଲେ ବି ତା’ ମନରେ ନଥିଲା ପୂର୍ବର ଆବେଗ । ତେବେ ବି ପରମ୍ପରାକୁ ବଂଚାଇ ରଖିବା ପାଇଁ ଆଜିର ଦିନକୁ ପ୍ରତ୍ୟେକ ଚାଷୀ ଅଖିମୁଠିର ସମ୍ମାନକୁ ବଂଚାଇ ରଖି ନିଜ ନିଜ କ୍ଷେତରେ ହଳ ଜୁଚିଥିବାର ଦେଖାଯାଇଛି । କେତେକ ଚାଷୀ ଟ୍ରାକ୍ଟର ଯୋଗେ ଏହି କାର୍ଯ୍ୟ କରିଥିବାବେଳେ ଅନେକ ମଧ୍ୟ ଲଙ୍ଗଳ ଓ ବଳଦ ସାହାଯ୍ୟରେ ହଳ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.