Home ଜିଲ୍ଲା ପରିକ୍ରମା ଭଦ୍ରକରେ ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟଙ୍କ କ୍ୟାମ୍ପକୋର୍ଟ

ଭଦ୍ରକରେ ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟଙ୍କ କ୍ୟାମ୍ପକୋର୍ଟ

53

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଶନିବାର ତା ୧୧-୧୨-୨୧ରିଖ ପୂର୍ବାହ୍‌ଣ ଘ୧୧.୩୦ମି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଭଦ୍ରକର ସମ୍ମିଳନୀ କକ୍ଷରେ ଓଡ଼ିଶା ମାନବାଧିକାର ଆୟୋଗ ଆନୁକୂଲ୍ୟରେ ଏକ କ୍ୟାମ୍ପକୋର୍ଟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆୟୋଗର ସଦସ୍ୟ ଅସିମ୍ ଅମିତାଭ ଦାଶଙ୍କ ଅଧ୍ୟକ୍ଷତାରେ ଏହି କ୍ୟାମ୍ପକୋର୍ଟ ପରିଚାଳିତ ହେବ । ଏହି ପରିପ୍ରେକ୍ଷୀରେ ସଦସ୍ୟ ଶ୍ରୀ ଦାଶଙ୍କର ଗସ୍ତକାର୍ଯ୍ୟସୂଚୀ ଅନୁଯାୟୀ ସେ ଡ଼ିସେମ୍ବର ୧୧ ତାରିଖ ଶନିବାର ଦିନ ସକାଳ ୯ଟା ସମୟରେ କଟକରୁ ଭଦ୍ରକ ଅଭିମୁଖେ ବାହାରି ୧୧ ଘଟିକା ସମୟରେ ଭଦ୍ରକ ସର୍କିଟ୍ ହାଉସ୍‌ରେ ପହଞ୍ôଚବେ । ପୂର୍ବାହ୍‌ଣ ଘ୧୧.୩୦ମିରେ କ୍ୟାମ୍ପକୋର୍ଟ କାର୍ଯ୍ୟ ଆରମ୍ଭ ହେବ । ସରକାରୀ ସ୍ତରରେ ଜିଲ୍ଲା କାର୍ଯ୍ୟାଳୟ ତଥା ଆୟୋଗ ତରଫରୁ ଧାର୍ଯ୍ୟ କରାଯାଇଥିବା ମୋକଦ୍ଦମା ସବୁର ବିଚାର କରାଯିବ । ଅପରାହ୍ନ ଘ୨.୩୦ମିରେ ସିଭିଲ ସୋସାଇଟିର ସଦସ୍ୟ ଓ ଭଦ୍ରକ ଓକିଲ ସଂଘର ପ୍ରତିନିଧିମାନଙ୍କ ସହ ମାନ୍ୟବର ସଦସ୍ୟଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.