Home ଜିଲ୍ଲା ପରିକ୍ରମା ଭଦ୍ରକ: ବିପିନ ରାୱତ୍ ଏବଂ ତାଙ୍କ ସହଯୋଗୀ ସମସ୍ତ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ଭଦ୍ରକ: ବିପିନ ରାୱତ୍ ଏବଂ ତାଙ୍କ ସହଯୋଗୀ ସମସ୍ତ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

113

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସିଡିଏସ୍ ବିପିନ ରାୱତ୍ ଏବଂ ତାଙ୍କ ପତ୍ନୀଙ୍କ ସମେତ ସମସ୍ତ ୧୩ ଜଣ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦିକା ଚୈତାଳି ଖିଲାର, ନଗର ସଭାନେତ୍ରୀ ପଦ୍ମିନୀ ଦ୍ୱିବେଦୀ, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର, ସରସ୍ୱତୀ ସେନାପତି, କଳ୍ପନା ସାହୁ, ସଞ୍ଜିତା ନାୟକ, କବିତା ସାହୁ, ଶକୁନ୍ତଳା ଦାସ, ମଞ୍ଜୁବାଳା ସିହ୍ନା ଏବଂ ସରୋଜିନୀ ସାହୁ ପ୍ରମୁଖ ଭଦ୍ରକ ସ୍ଥିତ ଦକ୍ଷିଣକାଳୀ ମନ୍ଦିରକୁ ଯାଇ ସିଡିଏସ୍ ବିପିନ ରାୱତ୍ ତାଙ୍କ ପତ୍ନୀ ଏବଂ ସହିଦ୍ ଓଡ଼ିଆ ପୁଅ ତାଳଚେର ମାଟିର ରାଣାପ୍ରତାପ ଦାସ ଆଦି ସମସ୍ତ ୧୩ ଜଣଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ସୌଭାଗ୍ୟକ୍ରମେ ଦୁର୍ଘଟଣାରୁ ବଞ୍ଚିଯାଇ ଗୁରୁତର ଅବସ୍ଥାରେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ଗ୍ରୁପ୍ କ୍ୟାପ୍‌ଟେନ୍ ବରୁଣ ସିଂଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.