Home Top News ଆମାଜନକୁ ଲାଗିଲା ୯.୬ ହଜାର କୋଟିରୁ ଅଧିକ ଜରିମାନା

ଆମାଜନକୁ ଲାଗିଲା ୯.୬ ହଜାର କୋଟିରୁ ଅଧିକ ଜରିମାନା

61

ନୂଆଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) ଆମାଜନକୁ ଲାଗିଲା ୯.୬ ହଜାର କୋଟିରୁ ଅଧିକ ଜରିମାନା। ଏହି ଜରିମାନା ଲାଗିଛି ଇଟାଲୀରେ।

ଇଟାଲୀର ଆଣ୍ଟିଟ୍ରଷ୍ଟ କର୍ତ୍ତୃପକ୍ଷ ଗୁରୁବାର କହିଛନ୍ତି ଯେ ଆମାଜନକୁ ୧.୩ ବିଲିୟନ ଡଲାର ଜରିମାନା କରାଯାଇଛି। ଏହି ପରିମାଣ ଭାରତୀୟ ମୁଦ୍ରାରେ ୯.୬ ହଜାର କୋଟିରୁ ଅଧିକ ଅଟେ।

ଆମେରିକାର ଇ କମର୍ସ କମ୍ପାନୀ ଆମାଜନକୁ ୟୁରୋପରେ ଏହାର ବଜାର ପ୍ରାଧାନ୍ୟର ଅପବ୍ୟବହାର କରୁଥିବା ଅଭିଯୋଗ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଦି କମ୍ପିଚିସନ ୱାଚଡଗ୍ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଆମାଜନ ଇଟାଲୀ ବଜାରରେ ନିଜର ଲଜିଷ୍ଟିକ୍ ସେବା ପ୍ରାଧାନ୍ୟ ଦେବା ଏବଂ ଏହା ସପକ୍ଷରେ କାମ କରିଥିବାରୁ କମ୍ପାନୀର ବିସ୍ତାର ଦୃଢ଼ ହୋଇଛି ଏବଂ ଇ-ବାଣିଜ୍ୟ କ୍ଷେତ୍ରରେ ଏହାର ପ୍ରତିଯୋଗୀଙ୍କୁ କ୍ଷତି ପହଞ୍ଚାଇଛି ତେଣୁ ଏହି ଜରିମାନା ଲଗାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.