Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭଦ୍ରକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

24

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୋଗର ମୁଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଯୋଗକୁ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ଏହି ଉପଲକ୍ଷେ ଯୋଗ ମହୋତ୍ସବ ସମିତି ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସକାଳ ୬ ଟା ରୁ ସହରର ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ, ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତାମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଯୋଗ ଶିବିରରେ ପହଞ୍ଚିଥିଲେ। ଯୋଗ ଦିବସ କାର୍ଯ୍ୟକ୍ରମର ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବରିଷ୍ଠ ସମାଜସେବୀ ଅଭିମନ୍ୟୁ ସେଠୀ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସାହିତ୍ୟିକ ଅଜୟ ନାୟକ, ବ୍ରହ୍ମକୁମାରୀ ମଞ୍ଜୁ, ଏନ.ଏସ.ଏସ.ର ଶୁଭେନ୍ଦୁ ଅତିଥି ଭାବରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଯୋଗ ଏବଂ ପ୍ରାଣାୟାମ ଦ୍ୱାରା ଶାରୀରିକ ଓ ମାନସିକ ରୋଗର ପୂର୍ଣ୍ଣ ଆରୋଗ୍ୟତା ମିଳିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ନୂଆବଜାର ସ୍ଥିତ ଶିଶୁମନ୍ଦିରର ଗୁରୁଜୀ ଗୁରୁମାଙ୍କ ବାଦ୍ୟ ଯନ୍ତ୍ର ସହ ସଙ୍ଗୀତର ତାଳେ ତାଳେ ଯୋଗ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମନ୍ତ୍ର ଧ୍ୱନିରେ ସହର ପ୍ରକମ୍ପତି ହୋଇ ଉଠିଥିଲା। ଅନ୍ୟମାନଙ୍କ ମଧ୍ୟରେ ରବି ନାରାୟଣ ପଣ୍ଡା, ରଶ୍ମି ରଞ୍ଜନ ମହାକୁଡ଼, ସୁବ୍ରତ ନାୟକ, ଶରତ ପଢ଼ିଆରୀ, ନିରଞ୍ଜନ ସାହୁ, ତପନ ମହାନ୍ତି, ଭଗବାନ ପଣ୍ଡା, ବଦ୍ରୀ ଧଳ, ଗୋବିନ୍ଦ ରାଉତ, ଅମ୍ବିକା ଦାସ, ମାନସ ମହାନ୍ତି, ବିଜୟ ସିହ୍ନା, ହେମନ୍ତ ପାଢ଼ୀ, ଡ଼. ପ୍ରଦୀପ ନାୟକ, ଶଶୀକାନ୍ତ ବିଶ୍ୱାଳ, ମନୋଜ ବସନ୍ତରାୟ, କଳ୍ପନା ଜେନା ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମଟିକୁ ବରିଷ୍ଠ ସମାଜସେବୀ ଜଗନ୍ନାଥ ଦାଶ ସଂଯୋଜନା କରିଥିବା ବେଳେ, ଯୋଗ ମହୋତ୍ସବ ସମିତିର ଜିଲ୍ଲା ସଂଯୋଜକ ଆଇନଜୀବୀ ବସନ୍ତ ଖିଲାର, ସନ୍ତୋଷ ସାହୁ, ସରୋଜ ରାଉତ, ପ୍ରତାପ ଦାସ, ବିକାଶ ପାଢ଼ୀ, ସୂର୍ଯ୍ୟବଂଶୀ ସୂରଜ, ପୁନିଲ ସାମନ୍ତ, ଜ୍ୟୋତି ସାହୁ, ମଦନ ବାରିକ, ତପୁ ଧଳ, ଶିବ ଶଙ୍କର ଦାସ, ଜ୍ୟୋତି ପ୍ରକାଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଯୋଗ ମହୋତ୍ସବ ସମିତିର ସହ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.