Home ଓଡ଼ିଶା ରଣପୁର ରେ ଚାପଖେଳ ବନ୍ଦ ନେଇ  ଜଗନ୍ନାଥ ପ୍ରେମୀ ଅସନ୍ତୋଷ

ରଣପୁର ରେ ଚାପଖେଳ ବନ୍ଦ ନେଇ  ଜଗନ୍ନାଥ ପ୍ରେମୀ ଅସନ୍ତୋଷ

48

ନୟାଗଡ/ ଓଡିଆପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)– ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା  ଦାବି ଜୋର୍  କରାଯାଉଥିବା ବେଳେ ଚଳିତ ବର୍ଷ ପ୍ରଭୁ ଙ୍କ ଚାପ ଖେଳ ବନ୍ଦ ହେବା ଯୋଗୁଁ ଚନ୍ଦନ ମଣ୍ଡପ ଖାଁ ଖାଁ ହୋଇଛି । ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସେବାୟତ ମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟା ଠାରୁ ବାହାର ଚନ୍ଦନରେ ପଚ୍ଚୁ ମହାଦେବ,ମା ଲକ୍ଷ୍ମୀ,ରାମକୃଷ୍ଣ ଓ ମଦନ ମୋହନ ଚନ୍ଦନ ମଣ୍ଡପ କୁ ନ ଯାଇ ମନ୍ଦିର ଭିତରେ ମା ଲକ୍ଷ୍ମୀ,ରାମକୃଷ୍ଣ ଓ ମଦନ ମୋହନ ଚନ୍ଦନ ମଣ୍ଡପ ନ ଯାଇ ମନ୍ଦିର ଭିତରେ ନିତୀକାନ୍ତି  କରାଯାଇଥିଲା । କିନ୍ତୁ ବାହାର ଚନ୍ଦନ ର ଶେଷ ଦିନରେ ମା ଲକ୍ଷ୍ମୀ, ପଚ୍ଚୁ ମହାଦେବ, ରାମକୃଷ୍ଣ ଓ ମଦନ ମୋହନ ଚନ୍ଦନ ମଣ୍ଡପ କୁ ଯାଇ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳିବାର ବିଧି ପରମ୍ପରା ରହିଥିଲା । ଭଉଁରୀର ନିତୀକାନ୍ତି  ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଖେଚୁଡି ଭୋଗ ପରେ ମନ୍ଦିର ବେଢାରେ ପଚ୍ଚୁ ମହାଦେବ,ମା ଲକ୍ଷ୍ମୀ,ରାମକୃଷ୍ଣ ଓ ମଦନ ମୋହନ ପ୍ରଥମେ ଚନ୍ଦନ ବେଢା ପରେ ଚନ୍ଦନ କୁଣ୍ଡକୁ ବିଜେ କରିଥିବା ଜଣାପଡିଛି । ଅପରାହ୍ନ ୪ଟାରେ ଚନ୍ଦନ ମଣ୍ଡପ ରୁ ବାହାରିବା ପରେ ବେଶ ଲାଗି ହୋଇଥିଲା  ା

ତା ପରେ ଶୁଖୁଲି ଭୋଗ ସହ ପଣା ଆଦି ଭୋଗ ହୋଇ ଚାପଖେଳ ର  ନିତୀକାନ୍ତି  ଶେଷ ହୋଇଥିବା ଜଣାପଡିଛି । ସେବାୟତ ମାନଙ୍କୁ ଅସନ୍ତୋଷ ସମ୍ପର୍କେ ଦେବୋତ୍ତର ପରିଚାଳକ ରମେଶ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଏଥିପାଇଁ ଉପଦେଷ୍ଟା ମଣ୍ଡଳୀ ବୈଠକ ବସିଥିଲା । ପ୍ରଶାସନିକ ନିଷ୍ପତି ଅନୁଯାୟୀ ପ୍ରଭୁଙ୍କ ଚାପ ଖେଳ ବନ୍ଦ କରାଯାଇଛି । ଦେବୋତ୍ତର ପ୍ରଶାସକ ତଥା ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଚାପ ଖେଳ ଚନ୍ଦନ ପୁଷ୍କରିଣୀ କୁ ଶ୍ରୀଜୀଉ ମାନଙ୍କୁ ନେବାପାଇଁ ହେଲେ ସମସ୍ତ ଦୋଳିଆ, ନିଯୋଗ, ସେବାୟତ  ପ୍ରାୟ ୬୦  ଜଣ ରୁ ଉର୍ଦ୍ଧ ବ୍ୟକ୍ତି ଏକାଠି ହେବାକୁ ପଡିବ । କୋଭିଡ୍ କଟକଣା ମଧ୍ୟରେ ଏସବୁ ନକରି ଗତ ବର୍ଷ ଭଳି ଚାପ ବନ୍ଦ କରିବା ପାଇଁ ଉପଦେଷ୍ଟା ମଣ୍ଡଳୀ ନିଷ୍ପତି ନେଇଥିଲା । ତଦନୁଯାୟୀ ଚାପ ଖେଳ ଓ ଭଉଁରୀ ଯାତ୍ରା କୁ ବନ୍ଦ କରାଯାଇଅଛି । ଆଗକୁ ସ୍ନାନ ପୂର୍ଣ୍ଣମୀ କିଭଳି ହେଉଛି ଦେଖିବାକୁ ବାକିଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.