Home ଜିଲ୍ଲା ପରିକ୍ରମା ଭଦ୍ରକରେ ଆଜିଠାରୁ ଆରମ୍ଭ ହେଲା ସ୍ମାର୍ଟ କୋଭିଡ୍ ଚିକିତ୍ସା କେନ୍ଦ୍ର, ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ସାଧୁ...

ଭଦ୍ରକରେ ଆଜିଠାରୁ ଆରମ୍ଭ ହେଲା ସ୍ମାର୍ଟ କୋଭିଡ୍ ଚିକିତ୍ସା କେନ୍ଦ୍ର, ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ସାଧୁ ଉଦ୍ୟମକୁ ଜିଲାବାସୀଙ୍କ ସ୍ୱାଗତ

40

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ଦେଶ ଏବେ ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଉବୁଟୁବୁ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବହୁ ପ୍ରତିଷେଧକ କାର୍ଯ୍ୟ କରିଆସୁଅଛନ୍ତି । ଏଭଳି ପରିପ୍ରେକ୍ଷୀରେ ଭଦ୍ରକରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ପାଇଁ ତତ୍‌କାଳ ଚିକିତ୍ସା ସେବା ଯୋଗାଇବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କାର୍ପଣ୍ୟତା ପ୍ରକାଶ କରିନାହାଁନ୍ତି । ମୁଖ୍ୟମନ୍ତ୍ରୀ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଜିଲା ପ୍ରଶାସନର ସହାୟତାରେ ମାତ୍ର ୭ ଦିନ ମଧ୍ୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ୩୯ ହଜାର ସ୍କୋୟାରଫୁଟ୍ ସ୍ଥାନରେ ଏକ ଅତ୍ୟାଧୁନିକ କୋଭିଡ୍ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ୩ ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ୍‌ର ସୁବିଧା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ପ୍ରଥମ ପର୍ଯ୍ୟାରେ ପ୍ରତ୍ୟେକ ରୁମ୍‌ରେ ୨ ଜଣ ଲେଖାଏଁ କୋଭିଡ୍ ରୋଗୀ ହିସାବରେ ୧୦୦ ଜଣଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା ହୋଇଛି । ତେବେ ଆଜିଠାରୁ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଏକ ଜରୁରୀ କାଳୀନ ଆମ୍ବୁଲାନ୍ସ ମଧ୍ୟ ସରକାର ଯୋଗାଇ ଦେଇଛନ୍ତି । ଏହାଦ୍ୱାରା ରୋଗୀ କଟକ କିମ୍ବା ଅନ୍ୟ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯାଇପାରିବେ । ଏଥିପାଁଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ସଂଜୀବ ମଲ୍ଲିକଙ୍କୁ ଜିଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.