Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ୮୩ ଆକ୍ରାନ୍ତ, ମୃତ୍ୟୁ ବରଣ କଲେ ୨

ଚିହ୍ନଟ ହେଲେ ୮୩ ଆକ୍ରାନ୍ତ, ମୃତ୍ୟୁ ବରଣ କଲେ ୨

47

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୮୩ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଫଳରେ ଜିଲାର କୋଭିଡ଼ ପରିସଂଖ୍ୟାନ ହୋଇଛି ମୋଟ ଆକ୍ରାନ୍ତ – ୧୦,୨୪୦, ମୋଟ ସୁସ୍ଥ – ୮,୫୭୧, ସକ୍ରିୟ ଆକ୍ରାନ୍ତ – ୧୬୩୮, ମୃତ ୩୧ । ନୂତନ ଚିହ୍ନଟଙ୍କ ମଧ୍ୟରେ ଭଦ୍ରକ ବ୍ଲକ ଅଞ୍ଚଳର ୨ଜଣ ଓ ଭଦ୍ରକ ପୌରପାଳିକାର ୧୧ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ଝୁଟଣା ଗ୍ରାମର ଜଣେ, ଚାନ୍ଦବାଲି ବ୍ଲକ ଧାମରାରୁ ଜଣେ ଓ ଧାମନଗର ବ୍ଲକ ନଦୀଗାଁ ଗ୍ରାମରୁ ଜଣେ ଆକ୍ରାନ୍ତ କଟକ ଏସ୍‌ସିବିରୁ ଚିହ୍ନଟ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକର ଅଣିଜୋ, ମଧୁପୁର, ପାହାଡ଼ପୁର, ଷେଣ୍ଢତୀରା, ବଡମହିଷିଗୋଠ, ବିଟିପୁର, ପୁରୁଷଣ୍ଢ, ରାମଚନ୍ଦ୍ରପୁର ଓ ଗୋବିନ୍ଦପୁର ଗ୍ରାମରୁ ମୋଟ ୧୩ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ପୌରପାଳିକାର ୩ ଓ ୫ ନଂ ୱାର୍ଡରୁ ୨ଜଣ, ଚାନ୍ଦବାଲି ଏନ୍‌ଏସିର ୧୧ ଓ ୬ ନଂ ୱାର୍ଡରୁ ୨ଜଣ, ଭଦ୍ରକ ବ୍ଲକର ଚରମ୍ପା, ବହୁଦରଡା, ଚଣ୍ଡିଗାଁ, ବାଣିତିଆ, ସାବରଙ୍ଗ, ବେନ୍ତାଳ, ବିଷ୍ଣୁପୁର ବିନ୍ଧା, ଗେଲପୁର ଗ୍ରାମରୁ ମୋଟ ୧୭ଜଣ, ଭଦ୍ରକ ପୌରପାଳିକାର ୨୩ନଂ ୱାର୍ଡ ପୁରୁଣାବଜାର, ୧୨ ନଂ ୱାର୍ଡ ବ୍ଲକ କଲୋନୀ, ୭ ନଂ ୱାର୍ଡ ଗବସାହି, ୯ନଂ ୱାର୍ଡ ବନ୍ତ ଛକ, ୧୩ ନଂ ୱାର୍ଡ ଏଲଖା, ୧୧ନଂ ୱାର୍ଡ ଓ ୧୦ ନଂ ୱାର୍ଡ ନେତାଜୀ ନଗରରୁ ମୋଟ ୧୨ଜଣ, ଭଣ୍ଡାରିପୋଖରୀ ବ୍ଲକ ରାଢୋ ଓ ନପଙ୍ଗ ଗ୍ରାମରୁ ୬ଜଣ, ଚାନ୍ଦବାଲି ବ୍ଲକ ବିଜୟନଗର ଓ ଚନ୍ଦନପୁର ଗ୍ରାମରୁ ୩ଜଣ, ଧାମନଗର ବ୍ଲକ ବମକୁରା, ଦଳାଙ୍ଗ, ଦୋବଲ, ଖଡ଼ିପଦା, ଠାକୁରପାଟଣା ଗ୍ରାମରୁ ମୋଟ ୭ଜଣ, ଧାମନଗର ଏନ୍‌ଏସି ୩ ନଂ ୱାର୍ଡ ହବିବନଗରରୁ ୨ଜଣ, ବାସୁଦେବପୁର ବ୍ଲକର ଏଡତାଳ, ଗୁଆଗଡ଼ିଆ, ଚୁଡାମଣି, ବଚ୍ଛିପୁର, ବାଲିମେଦ, ଲୁଙ୍ଗା ଗ୍ରାମରୁ ୬ଜଣ,ତିହିଡ଼ି ନନ୍ଦପୁର ଗ୍ରାମରୁ ଜଣେ, ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଓ ଖଇରା ବ୍ଲକ ଅଞ୍ଚଳରୁ ୫ଜଣ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.