Home ଜିଲ୍ଲା ପରିକ୍ରମା ଭଦ୍ରକରେ ଅମାନିଆଙ୍କ ଠାରୁ ଫାଇନ୍ ଆଦାୟ

ଭଦ୍ରକରେ ଅମାନିଆଙ୍କ ଠାରୁ ଫାଇନ୍ ଆଦାୟ

35

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତାକାଲି ଠାରୁ ପୁଣି ଥରେ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ଲକଡାଉନ୍ ସମୟରେ କେତେକ ଅମାନିଆଙ୍କୁ ମିଛ ପରିଚୟ ପତ୍ର ଓ ବିନା କାରଣରେ ଗାଡିରେ ବୁଲୁଥିବାର ଦେଖିବାକୁ ମିଳିଛି । ଆଜି ଦିନ ୧୧ ଟାରୁ ଲକଡାଉନ୍ ଆରମ୍ଭ ହୋଇଥିବାବେଳେ ପ୍ରାୟ ୧୨ ଟା ସମୟରେ କେତେକ ଅମାନିଆ ଏହିଭଳି ଭାବେ ବୁଲୁଥିବା ସମୟରେ ତହସିଲଦାର ନବକ୍ରିଷ୍ଣ ଜେନା ଓ ଅତିରିକ୍ତ ତହସିଲଦାର ମୀନାକ୍ଷୀ ଦାସ ଜିଲାପାଳଙ୍କ ପୁରୁଣା ଗେଟ୍ ସମ୍ମୁଖରେ ତନଖି କରିଥିଲେ । ଏବଂ ବହୁ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଲକଡାଉନ୍ ସମୟରେ ଅନେକ ବାଇକ୍ ଓ ଗାଡି ଚାଳକ ମିଛ ପରିଚୟ ପତ୍ର ତିଆରି କରି ସହରରେ ଗହଳି କରୁଥିବାର ଦେଖାଯାଇଛି । ଏପରିକି ବିଭିନ୍ନ ଛକଜାଗା ମାନଙ୍କରେ ଆଡ୍ଡା କରୁଥିବାର ଦେଖାଯାଉଛି । ଏଣୁ ଏମାନଙ୍କ କ୍ଷେତ୍ରରେ ପୁଲିସ୍ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.