Home ଜିଲ୍ଲା ପରିକ୍ରମା ପାଦରୁ ଶୁଖିନି ଅଳତା, ଚାଲିଗଲା ଜୀବନ

ପାଦରୁ ଶୁଖିନି ଅଳତା, ଚାଲିଗଲା ଜୀବନ

197

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାସେ ପୂରିନି ବିବାହ, ପାଦରୁ ଅଳତା ଲିଭିନି । ହେଲେ ଚାଲିଗଲା ନବବଧୂଙ୍କ ଜୀବନ । ଜ୍ୱରାକ୍ରାନ୍ତ ନବବଧୂ ଚିନ୍ମୟୀ ରାଉତଙ୍କର କରୋନାରେ ମୃତ୍ୟୁ ହୋଇଛି । ଗତ ୨ ତାରିଖରେ ଭଣ୍ଡାରିପୋଖରୀ ବ୍ଲକ୍ ଅଧୀନସ୍ଥ ବନସ୍ତା ଗ୍ରାମର ସୁଧାକର ବେହେରାଙ୍କ ୨୯ ବର୍ଷିୟା କନ୍ୟା ଚିନ୍ମୟୀ ନିକଟସ୍ଥ ବନ୍ଦାଳୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ପୁଅ ପ୍ରଭାକର ଓରଫ ତପନକୁ ବୈଦିକ ରୀତିରେ ବିବାହ କରିଥିଲେ । ପରିବାର ପକ୍ଷରୁ ବାହାଘର ଖୁସି ସରିନାହିଁ, ଚିନ୍ମୀୟ ଗତ ସପ୍ତାହରେ ଜ୍ୱରାକ୍ରାନ୍ତ ହୋଇ ଅସୁସ୍ଥ ହେଲେ । ଗତ ଗୁରୁବାର ଯାଜପୁରରେ ଚିକିତ୍ସିତ ହେଉଥିବା ସମୟରେ ପରୀକ୍ଷାରେ ତାଙ୍କର ନେଗେଭିଟ୍ ବାହାରିଲା । ଏହାପରେ ସେ ଘରେ ରହି ଚିକିତ୍ସିତ ହେଉଥିବାବେଳେ ରବିବାର ଦିନ ନିଶ୍ଚଳ ହୋଇପଡିଥିଲେ । ତାଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.