Home ଓଡ଼ିଶା ଜିଲ୍ଲାରେ ୫୬ଜଣ ନୁଆ କରୋନା ସଂକ୍ରମଣ ଚିହ୍ନଟ,୫୫୨ଟି ଏକ୍ଟିଭ କେସ ।

ଜିଲ୍ଲାରେ ୫୬ଜଣ ନୁଆ କରୋନା ସଂକ୍ରମଣ ଚିହ୍ନଟ,୫୫୨ଟି ଏକ୍ଟିଭ କେସ ।

38

ମାଲକାନଗିରି,୨୨ ।୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ୨୪ଘଟାଂ ମଧ୍ୟରେ ୫୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୫୨ଟି ଏକ୍ଟିଭ କେସ ରହିଛି । କରୋନା ଆକ୍ରାନ୍ତ ଚିହ୍ନଟ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ô୭ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବିଲାମେଳା ଏନଏଏସି ଅଚଂଳରୁ ଜଣେ,ମାଲକାନଗିରି ବ୍ଲକ ଅଚଂଳରୁ ୭ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ଜଣେ,ମାଥିଲି ବ୍ଲକ ଅଚଂଳରୁ ୬ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୫ଜଣ,କାଲିମେଳା ବ୍ଲକ ଅଚଂଳରୁ ୧୫ଜଣ,ପଡିଆ ବ୍ଲକ ଅଚଂଳରୁ ୭ଜଣ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୫୬ଜଣ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୩ ରେ ପହଁଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୯୪୧୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ,୫୫୨ଟି ଏକ୍ଟିଭ କେସ ରହିଛି । ଇତି ମଧ୍ୟରେ ଜିଲ୍ଲାରେ ୩୯ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି । କରୋନା ଆକ୍ରାନ୍ତ ଅଚଂଳକୁ କଟେଂନମେଟଂ ଜୋନ ଘୋଷଣା ସହ ପ୍ରବେଶ ନିଷେଧ ପାଇଁ ବ୍ୟାରିକେଟ ନିର୍ମାଣ କରାଯାଇଛି । ଆଜିର ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । ଲକଡାଉନ ର ନୁଆ ନିୟମ ଲାଗୁ ଅନୁସାରେ ପ୍ରତିଦିନ ସକାଳ ୬ଟା ଠାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପନିପରିବା ଓ ଅତ୍ୟାବଶ୍ୟକିୟ ମାସଗ୍ରୀ ଦୋକାନ ସହ ଅନ୍ୟାନ ଦୋକାନ ଆଶିଂକ ଭାବେ ଖୋଲାରହିବ,ପୁବ ର୍ପରି ସପ୍ତାହାନ୍ତ ଶନିବାର ଓ ରବିବାର ସଟଡାଉନ କୁ କାୟେମ ରଖାଯିବ, କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.